www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଆସାମରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି : ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ : ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସାନି ପଦକ୍ଷେପମାନ ନେବାକୁ ଏହିସବୁ ରାଜ୍ୟକୁ କହିଛି। ସଂକ୍ରମଣ ରୋକିବା, ପର୍ଯ୍ୟବେକ୍ଷଣ ଓ କଣ୍ଟେନ୍‍ମେଣ୍ଟ ଜୋନ୍‍ ଏବଂ ବଫର ଜୋନ୍‍ଗୁଡ଼ିକରେ ନମୁନା ପରୀକ୍ଷା ଆଦି ଉପରେ ଅଧିକ ଧ୍ୟାନ ଦେବାକୁ ମନ୍ତ୍ରଣାଳୟ ଏହି ରାଜ୍ୟଗୁଡ଼ିକୁ କହିଛି। ଏହାଦ୍ୱାରା ସଂକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇ ପାରିବ।
ସଂପୃକ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ସଚିବମାନଙ୍କ ପାଖକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‍ କହିଛନ୍ତି, ନୂଆକରି ଭୂତାଣୁରେ ସଂକ୍ରମିତ ହେଉଥିବା ଲୋକମାନଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ୭୨ ଘଣ୍ଟା ଭିତରେ ସେମାନଙ୍କୁ ଯେପରି ପୃଥକୀକରଣ କେନ୍ଦ୍ରରେ ରଖାଯାଇ ପାରିବ ତାହାକୁ ସେହି ରାଜ୍ୟମାନେ ନିଶ୍ଚିତ କରିବାକୁ ହେବ।
କଣ୍ଟେନ୍‍ମେଣ୍ଟ ଜୋନ୍‍ ଓ ବଫର ଜୋନ୍‍ଗୁଡ଼ିକୁ ଚିହ୍ନଟ କରିବା ଲାଗି ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶ ଆସିଥିବା ବ୍ୟକ୍ତିମାନଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ ପ୍ରତି ଏହି ଚିଠିରେ ଗୁରୁତ୍ୱାରୋପ କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories