www.samajalive.in
Wednesday, December 10, 2025
15.1 C
Bhubaneswar

ଦାଦନ ସର୍ଦ୍ଦାରଙ୍କ ଦାଦାଗିରି, ଥାନାରେ ଅଭିଯୋଗ

ମୁରିବାହାଲ: ମୁରିବାହାଲ ଥାନା ଅନ୍ତର୍ଗତ ଚଳକୀ (ତେତେରମାଲ) ଗ୍ରାମର ଜଣେ ଦାଦନ ସର୍ଦ୍ଦାର ଦାଦାଗିରି ଏବଂ ଧମକଚମକ ଦେଇ ଜୀବନରୁ ମାରିଦେବା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମୁରିବାହାଲ ଅଚଂଳ ଗୋଟିଏ ଦାଦନ ପ୍ରବଣ ଅଚଂଳ ଭାବେ ପରିଲକ୍ଷିତ ଏଠାକାର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପ୍ରତି ବର୍ଷ ଯାଇଥାନ୍ତି କିନ୍ତୁ କେତେବେଳେ ମୁତ୍ୟୁ ମୁଖରେ ପଡ଼ିଥିବା ସହିତ କେତେ ବେଳେ ଦାଦନ ସର୍ଦ୍ଦାରଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥାଏ।

ସୂଚନା ଅନୁସାରେ, ଜୟତରା ଗ୍ରାମର ଶିବ ବାଗ ଦାଦନ ସର୍ଦ୍ଦାର ଭାବେ ପ୍ରତିବର୍ଷ ଏହି ଅଚଂଳରୁ ଚଳକୀ(ତେତେରମାଲ)ର ସାଗର ପୁଝାରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାଦନ ଖଟିବାକୁ ଯାଇଥିଲା । ଚଳିତ ବର୍ଷର ବାକି ୪୦ ହଜାର ଟଙ୍କା ଶିବ ବାଗଙ୍କୁ ମାଗିବାରୁ ସେ ଗାଲିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ ଏବଂ ପୁଣି ଆଉ ଥରେ ଆସିଲେ ଜୀବନରୁ ମାରି ଦେବି ବୋଲି ଧମକ ଚମକ ଦେଇଥିଲେ। ଏନେଇ ମୁରିବାହାଲ ଥାନାରେ ସାଗର ପୁଝାରି ଲିଖିତ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ତଦନ୍ତ କରୁଥିବା ଏସଆଇ ସରୋଜ ରଥଙ୍କୁ ପଚାରିବାରୁ ଥାନାରେ ରିପୋର୍ଟ ହୋଇଛି ଏବଂ ଦୁଇଗୋଷ୍ଠୀକୁ ଡକାଯାଇ ପଚାରାଯିବ ଯଦି କିଛି ସତ୍ୟତା ଥିବ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories