www.samajalive.in
Sunday, December 14, 2025
14.1 C
Bhubaneswar

ଶୁଖିଲାଣି କ୍ଷେତ, ଚିନ୍ତାରେ ଚାଷୀ

ଟିଟିଲାଗଡ଼ : ଚଳିତ ବର୍ଷ ରାଜ୍ୟ ପାଣି ପାଗ ବିଭାଗ ଭଲ ବର୍ଷା ହେବ ଆକଳନ କରିଥିବା ବେଳେ ପ୍ରକୃତରେ ସ୍ଥିତି ବିଗିଡିବାରେ ଲାଗିଥିବା ଜଣାଯାଇଛି । ଏନେଇ ଟିଟିଲାଗଡ ବ୍ଲକର ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ପୂର୍ବରୁ ଖାଲୁଆ ଜମିରେ ପହ୍ଲା ପକାଇଥିବା ବେଳେ ବର୍ଷା ବେଶି ଯୋଗୁଁ ଅନେକ ଚାଷୀଙ୍କ ଚାରା ନଷ୍ଟ ହୋଇଛି । ପୁଣି ଥରେ ଖାଲୁଆ ଜମିରେ ଧାନ ବୁଣିଥିବା ବେଳେ ବର୍ଷା ଯୋଗୁଁ ବିହନ ନଷ୍ଟ ହୋଇଥିବା ଘୋଡାର ସରପଞ୍ଚ ସରପଞ୍ଚ ରାମାନନ୍ଦ ବାଗ, ମହୁଲପଡା ସରପଞ୍ଚ ପ୍ରତିନିଧି ଡମ୍ବରୁଧର ବାଗ ତଥା ସ୍ଥାନୀୟ ଚାଷୀ କହିଛନ୍ତି । କିଛି ସମୟ ବର୍ଷା ହୋଇ ବନ୍ଦ ହେଲେ ପୁଣି କିଛି ଦିନ ଟାଣ ଖରା ନେଇ ଅନେକ ଅଞ୍ଚଳରେ ଧାନ ଚାରା ଶୁଖିବାକୁ ବସିଲାଣି। ଏନେଇ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ଚାଷୀଙ୍କ ଋଆବେଉଷଣ କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ିରହିଥିôବା ଜଣାଯାଇଛି। ଉପଖଣ୍ଡ ଅନ୍ତର୍ଗତ ବୃହତ ବାଙ୍କେଲ ଜଳସେଚନ ଡ୍ୟାମରୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମକୁ କେନାଲ ସଂଯୋଗ ରହିଛି। ହେଲେ କେନାଲ ପୋତି ହୋଇବାକୁ ବସିଥିବା ବେଳେ କେନାଲରୁ ପଙ୍କ ତଥା ଅନାବାନ ଘାସ ସଫା କରାଯାଇନାହିଁ। କେନାଲରେ ପୁର୍ବ ବର୍ଷ ଏହି ସମୟକୁ ପାଣି ଛଡାଯାଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଥିବା ଜଗୁଆ ସରପଞ୍ଚ ସୁଦାମ ମାଝୀ ତଥା ଚାଷୀ ଅଭିଯୋଗ କରିଛନ୍ତି।

ଅଞ୍ଚଳରେ ଟାଣ ଖରା ଯୋଗୁଁ ଜମି ଶୁଷ୍କ ହୋଇ ଅନେକ ସ୍ଥାନରେ ଧାନ ପହ୍ଲା ବେରଙ୍ଗ ପଡ଼ିଲାଣି । ଏନେଇ ବାଙ୍କେଲ ଜଳସେଚନ ପ୍ରକଲ୍ପ କନିଷ୍ଠ ଯନ୍ତ୍ରୀ ମହେଶ ପଣ୍ଡାଙ୍କୁ ପଚାରିବାରୁ ଖୁବ ଶୀଘ୍ର କେନାଲରେ ପାଣି ଛଡାଯିବ ବୋଲି କହିଛନ୍ତି । ବ୍ଲକ ଅଞ୍ଚଳର ସର୍ବବୃହତ ମାଥନପଲା ଜଳସେଚନ ଡ୍ୟାମ ତଳି ବିଜେପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ଷା କମ ଯୋଗୁଁ ବି ନେକେଲା ଗ୍ରାମପଞ୍ଚାୟତ ଅଞ୍ଚଳରେ ପହ୍ଲାଋଆ କାର୍ଯ୍ୟ ଧିମେଇ ଯାଇଥିବା ସରପଞ୍ଚ ହରି ମାଝୀ କହିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା, ମୁରିବାହାଲ, ତୁରେକେଲା ଏବଂ ଟିଟିଲାଗଡ ବ୍ଲକ ଅଞ୍ଚଳରେ ବର୍ଷା ସାମାନ୍ୟ ରହିଥିବା ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡ କହିଛନ୍ତି। କେବଲ ଉପଖଣ୍ଡ ଅଞ୍ଚଳର ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ବର୍ଷା ପରିମାଣ କମିଛି। ଚଳିତ ବର୍ଷ ଉପଖଣ୍ଡ ଅଞ୍ଚଳରେ ଏପ୍ରିଲରେ ୧୬୧ ପ୍ରତିଶତ ଅଧିକ, ମଇରେ ୭ ପ୍ରତିଶତ କମ, ଜୁନରେ ୨୬ ପ୍ରତିଶତ ସାମାନ୍ୟରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁଲାଇ ମାସରେ ୩୬୦.୫ ଏମଏମ ସ୍ଥାନରେ ଅଦ୍ୟାବଧି ୧୮୯.୪ ଏମଏମ ବର୍ଷା ରେକର୍ଡ ହୋଇଛି । ଚାଷୀମାନେ ତଳୁଆ ଜମି ବଦଲରେ ଆନ୍ଟ ଜମିରେ ଧାନ ପହ୍ଲା ପକାଉଛନ୍ତି। ସେଥିପାଇଁ ଟାଣ ଖରାରେ ପହ୍ଲା ନଷ୍ଟ ହେଉଥିବା କୃଷି ଅଧିକାରୀ ଶ୍ରୀ ଗୌଡ କହିଛନ୍ତି । ତେବେ ଅଦ୍ୟାବଧି ଉପଖଣ୍ଡ ଅଞ୍ଚଳରେ ଚାଷ କାର୍ଯ୍ୟରେ ସେଭଳି କିଛି ବଡ ପ୍ରତିବନ୍ଧକ ଉତ୍ପନ୍ନ ହୋଇନଥିବା ନେଇ ଚାଷୀ ନିରୁତ୍ସାହିତ ନହେବାକୁ କୃଷି ଅଧିକାରୀ ପରାମର୍ଶ ଦେଇଛନ୍ତି।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories