www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ଜିଲାରେ ଦେଢଶହ ଟପିଲା କରୋନା ଆକ୍ରାନ୍ତ, ୨୨ କରୋନା ଯୋଦ୍ଧା ସଂକ୍ରମିତ

ସମ୍ବଲପୁର: ସମ୍ବଲପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଶହ ଟପିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ ଶନିବାର ରାଜ୍ୟରେ ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରେ ସମ୍ବଲପୁର ଜିଲାର ୨୦ ଜଣ ଅଛନ୍ତି। ଆକ୍ରାନ୍ତ ଚିହ୍ନଟ ହେବା ସମୟରୁ ଏହା ସର୍ବାଧିକ। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତ ସଂଖ୍ୟା ୧୫୬ରେ ପହଞ୍ଚିଥିବାବେଳେ ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠୁ ଉଦବେଗର ବିଷୟ ସଂକ୍ରମିତ କରୋନା ଯୋଦ୍ଧାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଭିମସାରରେ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ସମ୍ବଲପୁର କୋଭିଡ ହସପିଟାଲ, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶନିବାର ଭିମସାରରେ ୭ ଜଣ ଷ୍ଟାଫ ନର୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଜିଲା ସଦର ଡାକ୍ତରଖାନାର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର ୨ ଜଣ ଲାବୋରେଟୋରୀ ଟେକ୍ନିସିଆନ ଓ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୧ ଜଣ କୋଭିଡ ଯୋଦ୍ଧାଙ୍କ ବ୍ୟତୀତ ଜିଲାରେ ଜଣେ ୧୪ ମାସର ଶିଶୁ ଓ ଦୁଇଜଣ ବୟସ୍କଙ୍କ ସହିତ ୯ ଜଣ ଆକ୍ରାନ୍ତ ଶନିବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବଲପୁର ସହର ବୁଢ଼ାରଜା ସହଯୋଗ ନଗରର ଜଣେ ୩୬ବର୍ଷ ଓ ଅଇଁଠାପାଲି ମୋର୍ଯ୍ୟ ରେସିଡେନ୍ସିର ଜଣେ ୩୦ବର୍ଷ ବୟସ୍କ ଯୁବକ ଏବଂ କୁଚିଣ୍ଡାର ଜଣେ ୨୬ ବର୍ଷୀୟ ଯୁବତୀ ଅଛନ୍ତି। ସେହିପରି ରେଢ଼ାଖୋଲର ଜଣେ ୧୪ମାସର ଶିଶୁ ପୁତ୍ର ସହ ୮୦ବର୍ଷ ଓ ୨୫ବର୍ଷ ବୟସ୍କା ମହିଳା ଏବଂ ୭୮, ୪୩ ଓ ୩୮ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ, ସମସ୍ତ ଆକ୍ରାନ୍ତ ଲକ୍ଷଣଯୁକ୍ତ ହୋଇଥିବାବେଳେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରିବା ସହ କଂଟାକ୍ଟ ଟ୍ରେସିଂ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ସମ୍ପୃକ୍ତ ଅଂଚଳକୁ ବିଶୋଧିତ କରାଯାଇଥିବା ଜଣାପଡ଼ିଛି।
ବୁର୍ଲା ଭିସୁଟରେ ସିଭିଲ ଇଞ୍ଜିନିୟରିଂ ବିଭାଗ ସହକାରୀ ମହିଳା ପ୍ରଫେସର ଲିଙ୍କ୍ରେ ଆକ୍ରାନ୍ତ ସଂଖ୍ୟା ୧୫ରେ ପହଞ୍ଚିଛି। ଏବେ ଭିମସାରରେ ଚିହ୍ନଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ରେ ପହଞ୍ଚଛି। କରୋନା ସଂକ୍ରମଣ ସ୍ଥିତିକୁ ଶନିବାର ଓ ରବିବାର ସମ୍ବଲପୁର ଜିଲାରେ ଦୁଇଦିନିଆ ସଟ୍‌ଡାଉନ କରାଯାଇଥିବାବେଳେ ମହାନଗର ନିଗମର ସମ୍ବଲପୁର ଓ ବୁର୍ଲା ସହରର ୭ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯାଇଛି। ଗୁରୁବାର ବୁର୍ଲାର ଗୁରୁଦ୍ୱାରା କଲୋନୀ ଓ ତେଲଗୁପଡ଼ା ଏବଂ ସମ୍ବଲପୁରର ରାମସାଗର ବନ୍ଧ ଆମ୍ବେଦକର ନଗର ଅଞ୍ଚଳ ସହିତ ଶୁକ୍ରବାର ବୁର୍ଲାର ନ୍ୟୁ କଲୋନୀ ଓ ଜେଜେଏସ କଲୋନୀର ବ୍ଲକ-୪୭ ଓ ୪୮ ଏବଂ ସମ୍ବଲପୁର କୁମ୍ଭାରପଡ଼ା କାଳିବାଡ଼ି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି। ଗତକାଲି ବୁଢ଼ାରଜା ସହଯୋଗ ନଗର, ନ୍ୟୁକଲୋନୀକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଉପରୋକ୍ତ ୭ଟି ଜୋନର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି। ସମସ୍ତ ପ୍ରବେଶ ପଥକୁ ବ୍ୟାରିକେଡ କରି ଅବରୋଧ କରାଯାଇ ମାଜିଷ୍ଟ୍ରେଟଙ୍କ ସମେତ ପୁଲିସ ମୁତୟନ ରହିଛନ୍ତି। ସ୍ୱାସ୍ଥ୍ୟ କର୍ମୀମାନେ କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories