www.samajalive.in
Sunday, December 7, 2025
26.1 C
Bhubaneswar

ଅମାନିଆ ହେଲେ ବ୍ୟାଙ୍କ କର୍ମଚାରୀ, ଆଞ୍ଚଳିକ କାର୍ଯ୍ୟାଳୟ ସମେତ ଜିଲାର ୫ ଏସବିଆଇ ଶାଖା ସିଲ୍‍

ଫୁଲବାଣୀ: ଜିଲା ପ୍ରଶାସନର ବାରମ୍ବାର ନିର୍ଦ୍ଦେଶ ଓ ଅନୁରୋଧ ସତ୍ତେ୍ୱ ଭାରତୀୟ ଷ୍ଟେଟବ୍ୟାଙ୍କର କିଛି ଅଧିକାରୀ ଓ କର୍ମଚାରୀ ନିର୍ଦ୍ଦେଶକୁ ଅବମାନନା କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଭଳି ହଟସ୍ପଟ ସ୍ଥାନକୁ ଯାଇ ସଂକ୍ରମିତ ହେବା ଯୋଗୁଁ ବ୍ୟାଙ୍କର ଆଞ୍ଚଳିତ କାର୍ଯ୍ୟାଳୟ ସମେତ ଜିଲାର ୫ଟି ଶାଖା ସିଲ୍‍ କରାଯାଇଛି। ଏହି ୫ଟି ଶାଖା ହେଲା ଫୁଲବାଣୀ ମୁଖ୍ୟ, ବଜାର ଶାଖା, ଦାରିଙ୍ଗିବାଡି, ଚକାପାଦ ଓ ଜି.ଉଦୟଗିରି ଶାଖା।

ମିଳିଥିବା ସୂଚନା ଅନୁଯାୟୀ, ଏଲଡିଏମଙ୍କ ସମେତ ଚକାପାଦ, ଦାରିଙ୍ଗିବାଡି ଓ ଜି ଉଦୟଗିରି ଶାଖାର ଅଧିକାରୀମାନେ ଭୁନେଶ୍ୱରରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଉପରୋକ୍ତ ୫ଟି ଶାଖାକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସଂସ୍ଥା ସମେତ ଲକ୍ଷାଧିକ ଗ୍ରାହକଙ୍କ ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବାରୁ ୭ ଦିନ ପର୍ଯ୍ୟନ୍ତ ଆଉ ଦେଣ ନେଣ କାର୍ଯ୍ୟ ହୋଇ ପାରିବ ନାହିଁ। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିସହିତ ରାଇକିଆସ୍ଥିତ ଷ୍ଟେଟବ୍ୟାଙ୍କର କର୍ମଚାରୀମାନଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାର ଉପରୋକ୍ତ ୫ଟି ଶାଖାକୁ ସିଲ୍‍ କରାଯିବା ସହିତ ସାନିଟାଇଜ୍‍ କରାଯାଇଥିବା ବେଳେ କେତେକ କର୍ମଚାରୀମାନ ହୋମ୍‍ କ୍ୱାରେଣ୍ଟାଇନରେ ନ ରହି ଖୋଲାଖୋଲି ଭାବେ ବୁଲୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ସୂଚନାଯୋଗ୍ୟ, ଜିଲ୍ଲାପାଳ ଗତ ୮ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ବିଭାଗ, ବ୍ୟାଙ୍କ ଆଦିକୁ ଚିଠି କରି କୌଣସି ସରକାରୀ କର୍ମଚାରୀ ଜିଲ୍ଲା ବାହାରକୁ ବିନା ଅନୁମତିରେ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯଦି କେହି ଏହାର ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତଥାପି ଅନେକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଛୁଟି ଦିନ ମାନଙ୍କରେ ବିଭିନ୍ନ ହଟସ୍ପଟ ସ୍ଥାନକୁ ଯାଇ ଛୁଟି ସରିଲେ ଫେରୁଥିବା ଅଭିଯୋଗ ହେଇ ଆସୁଛିା ଯାହାର ଫଳ ସ୍ୱରୁପ ଆଜି ଜିଲ୍ଲାବାସୀଙ୍କୁ ବ୍ୟାଙ୍କ ସେବାରୁ ବଞ୍ଚିତ ହେବାକୁ ପଡିଛି ବୋଲି ସାଧାରଣରେ ସମାଲୋଚନା ହେଉଛିିା

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories