www.samajalive.in
Friday, December 5, 2025
20.1 C
Bhubaneswar

ଋଣ ଆଦାୟକୁ ନେଇ ଚିନ୍ତାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ହେଲେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଝାରସୁଗୁଡ଼ା: ବିଭିନ୍ନ ଘରୋଇ ସଂସ୍ଥାମାନଙ୍କ ଠାରୁ ଉଚ୍ଚ ସୁଧ ହାରରେ ଋଣ ନେଇଥିବା ମହିଳାମାନଙ୍କୁ ବାରମ୍ବାର ତାଗିଦ ଓ ଧମକ ଚମକ ଯୋଗୁଁ ଅଡୁଆରେ ପଡିଥିବା ମହିଳାମାନେ ଗୁରୁବାର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଆଜି ସଦର ବ୍ଲକର ମରାକୁଟା ପଞ୍ଚାୟତର ତିହାଡିପାଲିର ମହିଲା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି। ବିଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନୀର ଏଜେଣ୍ଟମାନେ ଋଣ ସଂଗ୍ରହ ପାଇଁ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି।

କରୋନା ଯୋଗୁଁ ମହିଳା ଗୋଷ୍ଠୀଙ୍କ ବ୍ୟବସାୟ ଏକ ପ୍ରକାରର ବନ୍ଦ ହୋଇଯାଇଛି। ଲକଡାଉନ ସମୟରେ ଏହି ଏଜେଣ୍ଟମାନେ ଜିଦ୍ ଧରି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ସମ୍ବନ୍ଧରେ ମହିଳାମାନେ ଅଭିଯୋଗ କରିଛନ୍ତି। ଏଣୁ ଘରୋଇ ଋଣ ଯୋଗାଇଥିବା ସଂସ୍ଥା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। କରୋନା ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ଆର୍ଥିକ ସଂକଟରେ ପଡିଥିବା ମହିଳାଙ୍କୁ ସୁରକ୍ଷା ଦେବାକୁ ଦାବୀ କରିଥିବା ବେଳେ ସୁଧାର ଆସିଲେ ସେମାନେ ଋଣ ପରିଶୋଧ କରିବେ ବୋଲି କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories