www.samajalive.in
Sunday, December 14, 2025
14.1 C
Bhubaneswar

ଚରମ ଅବହେଳା, ଅଳିଆଗଦାରେ ଆବେଦନ ପତ୍ର

ଚିଲିକା : ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ୟ୍ୟକାରୀ କରୁଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ଯୋଜନାର ସୁଫଳ ପାଇ ପାରୁନାହାନ୍ତି। ଏପରିକି ହିତାଧିକାରୀ ଚୟନ ସମୟରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜ ଇଚ୍ଛା ମୁତାବକ ଅଧିକାରୀମାନେ କାର୍ୟ୍ୟ କରୁଥିବା ଦେଖାଯାଉଛି। ବୁଧବାର ଏପରି କିଛି ଘଟଣା ଦେଖିବାକୁ ମିଳିଛି ଚିଲିକା ବ୍ଳକ କାର୍ୟ୍ୟାଳୟରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିବା ଗ୍ରାମବାସୀଙ୍କ ଆବେଦନ ପତ୍ର ଗୁଡିକ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପଛପଟେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା।

ଜିଲା ପରିଷଦ ସଭ୍ୟ ସୁମନ୍ତ କୁମାର ପଟ୍ଟନାୟକ ଓ କୁମାଣ୍ଡଳ ସରପଞ୍ଚଙ୍କ ପ୍ରତିନିଧି ବୁଧବାର ଗଙ୍ଗାଧରପୁରଠାରେ ଥିବା ଚିଲିକା ପଞ୍ଚାୟତ ସମିତି କାର୍ୟ୍ୟାଳୟକୁ ଯାଇଥିଲେ। କାର୍ୟ୍ୟାଳୟ ପଛପଟ ପଡିଆରେ ୪୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ଆବେଦନ ପତ୍ର ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦେଖିଥିଲେ। ଆବେଦନପତ୍ର ଗୁଡିକ ପାଖରେ ନିଆଁ ଜଳୁଥିଲା। ତେଣୁ କାର୍ୟ୍ୟାଳୟ ପଛପଟେ ଅଦରକାରୀ କାଗଜପତ୍ର ସହ କୈାଣସି ବ୍ୟକ୍ତି ଆବେଦନ ପତ୍ରରେ ନିଆଁ ଲଗାଇ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଇଛି। ଶ୍ରୀ ପଟ୍ଟନାୟକ ଏନେଇ କାର୍ୟ୍ୟାଳୟରେ ଜଣାଇବା ପରେ ଜନୈକ କର୍ମଚାରୀ ପଡିଆରୁ ଆବେଦନ ପତ୍ର ସଂଗ୍ରହ କରିଥିଲେ। ବ୍ଳକ ପ୍ରଶାସନ ହିତାଧିକାରୀଙ୍କଠାରୁ ଆବେଦନ ଗ୍ରହଣ କରୁଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ସେଗୁଡିକୁ ଅଳିଆ ଗଦାରେ ଫୋପାଡି ଦେଉଥିବା ଅଭିଯୋଗ ହେଉଛି। ଅଧିକାରୀଙ୍କ ଏପରି କାର୍ୟ୍ୟକଳାପ ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ନିଜର ଅଧିକାରରୁ ବଞ୍ଚିତ ହେଉଛନ୍ତି।

- Advertisement -

ଆବେଦନ କରିବା ପରେ ଆବେଦନର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟକୁ ଦୈାଡି ନିରାଶ ହୋଇଥିବା ବଡକୁଳ ପଞ୍ଚାୟତ ନୂଆଗଡ ଗ୍ରାମର ବେଙ୍ଗ ଦେଈ, କାର୍ତ୍ତିକ ଗୁରୁ ଓ ବୀଣାପାଣି ପଲେଇଙ୍କ ଆବେଦନ ପତ୍ର ଅଳିଆ ଗଦାରୁ ଉଦ୍ଧାର ହେବା ପରେ ଆବେଦନପତ୍ରକୁ ଯାଞ୍ଚ ନକରି ଯେଉଁ ଅଧିକାରୀ ଏପରି ଫୋପାଡି ଦେଇଛନ୍ତି ସେ ନେଇ ତଦନ୍ତ କରାଯାଇ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତୁରନ୍ତ ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଅନୁରୋଧ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories