www.samajalive.in
Wednesday, December 10, 2025
17.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସିବିଏସ୍‍ଇ ଦଶମ ବୋର୍ଡ଼ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର  : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‍) ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‍ରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ମାଗଣାରେ ଯୋଗାଇ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବୁଧବାର ସିବିଏସ୍‍ଇ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ବାରିହୋଇପଡ଼ୁଛି। ଛାତ୍ରଛାତ୍ରୀମାନେ ଏଥିରେ ନୂତନ ସଫଳତା ସହ ର।ଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଚଳିତ ବର୍ଷ ୧୦୦ ଟି ଆଦର୍ଶ ବିଦ୍ୟାଳୟର ୫୪୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବଲାଙ୍ଗୀର ପଥରଚେପା ଆଦର୍ଶ ବିଦ୍ୟାଳୟର ସଂସ୍କୃତି ଖମାରୀ ସର୍ବାଧିକ ୯୮.୮% ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି କଳାହାଣ୍ଡି ଜୁନାଗଡ଼ ଆଦର୍ଶ ବିଦ୍ୟାଳୟର ଭୁବନ ମେହେର୍‍ ୯୮.୬% ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ କେନ୍ଦୁଝର ଆନନ୍ଦପୁର ସାଲପଡ଼ା ଆଦର୍ଶ ବିଦ୍ୟାଳୟର ସଂଗୀତା ସଙ୍ଘମିତ୍ରା ନାୟକ ୯୭.୮% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ସ୍କୁଲର ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଡିଭିଜନ୍‍ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୯୫ ଜଣ ଛାତ୍ରଛାତ୍ରୀ ପ୍ରତିଶତ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ, ୨୨୬୨ ଜଣ ପ୍ରତିଶତ ଛାତ୍ରଛାତ୍ରୀ ୬୦% ମାର୍କରୁ ଅଧିକ ରଖିଛନ୍ତି। ସର୍ବମୋଟ ୪୪୨୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ ହାର ରହିଛି ୮୨.୦୯ ପ୍ରତିଶତ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସୀମର ଦାଶ ଏବଂ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡଃ ବିଜୟ କୁମାର ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories