www.samajalive.in
Saturday, December 13, 2025
27.1 C
Bhubaneswar

ଭୋପାଳ ନାବାଳିକା ଯୌନ ଶୋଷଣ ମାମଲା : ମୁଖ୍ୟ ଅଭିଯୁକ୍ତ ଜାମ୍ମୁ କାଶ୍ମୀରରୁ ଗିରଫ

ଶ୍ରୀନଗର : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନାବାଳିକା ଯୌନ ଶୋଷଣ ରାକେଟର ମୁଖ୍ୟ ଅଭିଯୁକ୍ତ ପ୍ୟାରେ ମିଆଁକୁ ଜାମ୍ମୁ କାଶ୍ମୀରରେ ଗିରଫ କରାଯାଇଛି। ଦକ୍ଷିଣ ଭୋପାଳ ଏସପି ସାଇ କୃଷ୍ଣ ଥୋତା କହିଛନ୍ତି ଯେ ଜମ୍ମୁ-କଶ୍ମୀର ପୁଲିସ ଦ୍ୱାରା ପ୍ୟାରେ ମିଆଁକୁ  ଗିରଫ କରାଯାଇଛି। ମଧ୍ୟପ୍ରଦେଶ ପୋଲିସ ସେଠାରେ ପହଞ୍ଚିଛି, ଖୁବ ଶୀଘ୍ର ତାକୁ ଭୋପାଳ ଆଣିବ। ଏହି ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରାଯାଇଛି। ଏସପି ସାଇ କୃଷ୍ଣ ଥୋତା ଏହି ଏସଆଇଟିର ନେତୃତ୍ବ ନେଉଛନ୍ତି।

ସୂଚନା ଯୋଗ୍ୟ, ଏହି ରାକେଟ୍ ନାବାଳିକାମାନଙ୍କୁ ଜାଲରେ ଫସାଇ ସେମାନଙ୍କୁ ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ପାଖକୁ ପଠାଇ ଯୌନ ଶୋଷଣ କରୁଥିଲା। ଯୌନ ଶୋଷଣ ରାକେଟର ମୁଖ୍ୟ ଅଭିଯୁକ୍ତ ୬୮ ବର୍ଷ ବୟସ୍କ ମୁଖ୍ୟ ଅଭିଯୁକ୍ତ ପ୍ୟାରେ ମିଆଁ  ନିଜକୁ ଏକ ଖବରକାଗଜର ମାଲିକ ବୋଲି କହୁଥିଲା। ତେବେ ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରିଛି। ପୂର୍ବରୁ ପ୍ୟାରେ ମିଆଁଙ୍କ  ପାଜେରୋ କାର ଅତୀତରେ ଅଷ୍ଟାରୁ ଉଦ୍ଧାର କରିଥିଲା, ଯାହାକୁ ଏକ ବିଲରେ ଲୁଚାଇ ରଖାଯାଥିଲା। ସୂଚନା ଅନୁଯାୟୀ, ଏହି ରାକେଟରେ ପ୍ୟାରେ ମିଆଁ ସାମିଲ କରିଥିବା ଝିଅମାନେ ତାକୁ ଅବୁ ବୋଲି ଡାକୁଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories