www.samajalive.in
Friday, December 5, 2025
20.1 C
Bhubaneswar

ଫେସବୁକ ଯଦି ବେଶୀ ପସନ୍ଦ ତେବେ ଚାକିରି ଛାଡ଼ିଦିଅ: ସେନା ଅଧିକାରୀଙ୍କୁ ଅଦାଲତଙ୍କ କଠୋର ବାଣୀ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦେଶକୁ ବିରୋଧ କରି ଫେସବୁକ୍ ବ୍ୟବହାର କରିବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ ତେବେ ଆପଣ ଚାକିରି ଛାଡ଼ି ଦିଅନ୍ତୁ । ଅଫିସରଜଣକ ଅଦାଲତରେ ଫେସବୁକ୍ ଡ଼ାଟା ନ ଉଡ଼ାଇବା ପାଇ୍ଁ ଆବେଦନ କରିଥିଲେ ଓ ଫେସବୁକ୍ ଡ଼ାଟା ଉଡ଼ାଇ ଦେଲେ ସମସ୍ତ ବନ୍ଧୁମାନଙ୍କ ସମ୍ପର୍କ ହରାଇବେ ବୋଲି ଯୁକ୍ତି ବାଢ଼ିଥିଲେ ।
ଭାରତୀୟ ଯବାନଙ୍କୁ ସୋସିଆଲ ମିଡ଼ିଆ ସହ ୮୯ ଆପ୍ ମୋବାଇଲରୁ ବାହାର କରିଦେବାକୁ ନିର୍ଦେଶ ଦିଆଯାଇଛି । ଏହା ବିରୋଧରେ ଏହି ସାମରିକ ଅଧିକାରୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୨୧ ତାରିଖରେ ହେବ ଏବଂ ବିଚାର କରୁଥିବା ବେଞ୍ଚ ସଲିସିଟର ଜେନେରାଲ ଚେତନ ଶର୍ମାଙ୍କୁ ସିଲବନ୍ଦ ଲଫାପାରେ ଆପ୍ ସଂକ୍ରାନ୍ତ ନିୟମ ଏହା ପୂର୍ବରୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

ଲେଫ୍ଟନାଣ୍ଟ କର୍ନେଲ ପି.କେ.ଚୌଧୁରୀ ଦାୟ କରିଥିଲେ ଆବେଦନ

- Advertisement -

ଜଷ୍ଟିସ ରାଜୀବ ସହାୟ ଓ ଜଷ୍ଟିସ ଆଶା ମେନନ ବେଞ୍ଚ ବୁଧବାର ଲେଫ୍ଟନାଣ୍ଟ କର୍ନେଲ ପି.କେ.ଚୌଧୁରୀଙ୍କ ମାମଲାର ଶୁଣାଣି କରିଥିଲେ । ଚୌଧୁରୀ ନିଜ ଆବେଦନପତ୍ରରେ ଦର୍ଶାଇଥିଲେ ଯେ ଅଦାଲତ ସାମରିକ ଗୁଇନ୍ଦା ସଂସ୍ଥାର ମହାନିର୍ଦେଶକଙ୍କୁ ସୋସିଆଲ ମିଡ଼ିଆ ସଂକ୍ରାନ୍ତ ନିର୍ଦେଶନାମା ଅପସାରଣ କରିବାକୁ ନିର୍ଦେଶ ଦିଆଯାଉ ।

ଅଦାଲତ କହିଲେ – ଆପଣଙ୍କ ଆକାଉଣ୍ଟ ବନ୍ଦ କରନ୍ତୁ 

ବିଚାରକାଳରେ ଅଦାଲତ ଅଫିସରଙ୍କୁ ତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ଆର୍ମିରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ବନ୍ଦ କରାଯାଇଛି ।  ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆପଣଙ୍କୁ ଫେସବୁକ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିବ । ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ, ତେବେ ଆପଣ ଚାକିରି ଛାଡ଼ିଦେବା ଆବଶ୍ୟକ ବୋଲି ଅଦାଲତ ଶ୍ରୀ ଚୌଧୁରୀଙ୍କୁ ପରାମର୍ଶ ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories