www.samajalive.in
Friday, December 5, 2025
26.1 C
Bhubaneswar

ରାଉରକେଲା ମହାନଗର ନିଗମର ବିଭିନ୍ନ ନାଗରିକ ସେବା ଲାଗି ଅନଲାଇନରେ କରିହେବ ଆବେଦନ

ରାଉରକେଲା : ଏବେ କରୋନା ସ୍ଥିତି ଯୋଗୁଁ ରାଉରକେଲା ମହାନଗର ନିଗମ(ଆରଏମସି) କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା। ତା ସାଙ୍ଗକୁ ଅତି ଆବଶ୍ୟକ ନହେଲେ, ଘରୁ ନବାହାରିବା ଲାଗି ବାରମ୍ବାର ସଚେତନ କରାଯାଉଛି। ତେବେ ଏଭଳି ସ୍ଥିତିରେ, ଲୋକେ ବିଭିନ୍ନ ମୁନିସିପାଲ ସେବା ଲାଗି କାହା ପାଖକୁ ଯିବେ। କେମିତି ହେବ ସମସ୍ୟାର ସମାଧାନ। ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ, ରାଉରକେଲା ମହାନଗର ନିଗମ ଏହାର ସମାଧାନ ଲାଗି ରାସ୍ତା ବାହାର କରିଛି। ଜନ୍ମ, ମୃତ୍ୟୁ ପଞ୍ଜିକରଣ ହେଉ କି ଟ୍ରେଡ ଲାଇସେନ୍ସ ଆବେଦନ, ଅବା ହୋଲ୍ଡିଂ ଟ୍ୟାକ୍ସ ପଇଠ କରିବା। ସବୁ କିଛି ଅନଲାଇନ ମାଧ୍ୟମରେ ସମ୍ଭବ କରିବା ଲାଗି ପଦକ୍ଷେପ ନେଇଛି ରାଉରକେଲା ମହାନଗର ନିଗମ। ହୋଲ୍ଡିଂ ଟ୍ୟାକ୍ସ ପଇଠ କରିବା ଲାଗି ରାଉରକେଲା ମହାନଗର ନିଗମର ୱେବସାଇଟ www.rmc.nic.in କୁ ଯାଇ ସେଠାରେ ବାମ ପାର୍ଶ୍ୱର ନିମ୍ନରେ ଥିବା ପ୍ରପର୍ଟି ଟ୍ୟାକ୍ସ ବଟନରେ କ୍ଲିକ୍ କରି, ନିର୍ଦ୍ଧାରିତ ସ୍ଥାନରେ ନିଜର ହୋଲ୍ଡିଂ ନମ୍ବର ଲେଖିଲେ କେତେ ଟଙ୍କା ପଇଠ କରିବାକୁ ପଡ଼ିବ, ତାହା ସ୍କ୍ରିନରେ ଦେଖାଯିବ। ସେହି ଅନୁସାରେ ଅନଲାଇନ ମାଧ୍ୟମରେ ଟଙ୍କା ପଇଠ କରିହେବ। ଏନେଇ କୌଣସି ସମସ୍ୟା ଉପୁଜିଲେ, 7008973320 ବା 7008847269 ନମ୍ବରରେ ଫୋନ କଲେ ଆବଶ୍ୟକ ସହାୟତା କରାଯାଇ ପାରିବ ବୋଲି ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି। ସେହିପରି ଟ୍ରେଡ୍ ଲାଇସେନ୍ସ୍ ଲାଗି ଆବେଦନ କରିବାକୁ ହେଲେ ଇଚ୍ଛୁକ ବ୍ୟକ୍ତି ନିଗମର ୱେବସାଇଟ www.rmc.nic.in କୁ ଯାଇ ସେଠାରେ ବାମ ପାର୍ଶ୍ୱର ନିମ୍ନରେ ଥିବା ପ୍ରପର୍ଟି ଟ୍ୟାକ୍ସ ବଟନକୁ କ୍ଲିକ୍ କରି ସେଠାରେ ନୂତନ ଟ୍ରେଡ ଲାଇସେନ୍ସ ଲାଗି ଆବେଦନ, ପୁରୁଣା ଲାଇସେନ୍ସର ନବୀକରଣ ଓ ସଂବନ୍ଧିତ ଦେୟ ପଇଠ ଆଦି କରିପାରିବେ। ଏ ସମ୍ବନ୍ଧୀୟ କିଛି ସମସ୍ୟା ଥିଲେ 9938880366 ବା 7008973320 ନମ୍ବରରେ ଫୋନ କଲେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜନ୍ମ ଓ ମୃତ୍ୟୁ ପଂଜିକରଣ ଲାଗି ମଧ୍ୟ ନିଗମର ୱେବସାଇଟରେ ଥିବା ବାର୍ଥ୍ ଏଣ୍ଡ ଡେଥ୍ ସାର୍ଟିଫିକେଟ ବଟନ୍ କୁ କ୍ଲିକ୍ କରି ଆବଶ୍ୟକ ତଥ୍ୟ ସେଠାରେ ଦେବା ସହ ନିର୍ଦ୍ଧାରିତ ଦେୟ ଅନଲାଇନ ମାଧ୍ୟମରେ ପଇଠ କରି ସାର୍ଟିଫିକେଟ ଲାଗି ଆବେଦନ କରିପାରିବେ। ଅନଲାଇନ ଆବେଦନ ବେଳେ କୌଣସି ସମସ୍ୟା ଉପୁଜିଲେ, ଜନସାଧାରଣ 9861062818 ବା 8763870983 ନମ୍ବରରେ ଫୋନ କରି ଯୋଗାଯୋଗ କରିପାରିବେ।
କେବଳ ସେତିକି ନୁହେଁ, ପୂର୍ବରୁ ଲୋକେ ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇବା ଓ ତାର ସମାଧାନ ଲାଗି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଲାଗି ମହାନଗର ନିଗମ କାର୍ଯ୍ୟାଳୟକୁ ଆସୁଥିଲେ। ଏବେ ଘରେ ରହି ବା ଅନ୍ୟ ଯେକୌଣସି ସ୍ଥାନରୁ ବିଭିନ୍ନ ସମସ୍ୟା ସଂପର୍କରେ ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିଲାଗି ନିଗମର ୱେବସାଇଟ www.rmc.nic.in କୁ ଯାଇ ଡାହାଣ ପାର୍ଶ୍ୱରେ ଥିବା ଇ-ସର୍ଭିସେସ୍ ବିଭାଗ ନିମ୍ନରେ ଦିଆଯାଇଥିବା ସିଟିଜେନ୍ ଗ୍ରିଭାନ୍ସେଜ୍ ବଟନ୍ କୁ କ୍ଲିକ୍ କରି ସେଥିରେ ନିଜର ନାଁ, ଠିକଣା, ମୋବାଇଲ୍ ନମ୍ବର ଇତ୍ୟାଦି ଉଲ୍ଲେଖ କରି ନିଜ ସମସ୍ୟା ସଂପର୍କରେ ଜଣାଇଲେ, ତୁରନ୍ତ ସମାଧାନ ଲାଗି ଚେଷ୍ଟା କରାଯିବ ବୋଲି ମହାନଗର ନିଗମର କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।
କରୋନା ସ୍ଥିତିରେ ଲୋକେ କିଭଳି ସୁବିଧାରେ ଘରେ ରହି ମୁନିସିପାଲ୍ ସେବା ପାଇପାରିବେ, ସେଥିଲାଗି ଏପରି ବ୍ୟବସ୍ଥା କରାଯାଇଛି। ଆଗକୁ ଅନଲାଇନ ପ୍ଲାଟଫର୍ମରେ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି କମିଶନର କହିଛନ୍ତି। ତେଣୁ ଏହି ସୁଯୋଗର ସଦୁପୋଯୋଗ କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories