www.samajalive.in
Wednesday, December 10, 2025
17.1 C
Bhubaneswar

ଆଜି ସିବିଏସ୍‌ଇ ଦଶମ ଫଳ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼.ରମେଶ ପୋଖରିଆନ୍‌ ନିଶାଙ୍କ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକଙ୍କୁ ଟ୍ବିଟ୍‌ କରି ଶୁଭକାମନା ଜଣାଇଛନ୍ତି।

ସିବିଏସ୍‌ଇ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ସିବିଏସ୍‌ଇ ୱେବ୍‌ସାଇଟ୍‌(www.cbseresults.nic.in/results.nic.in/cbse.nic.in) କୁ ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖି ପାରିବେ। ଏଥି ସହ ଛାତ୍ରଛାତ୍ରୀ ଏସ୍‌ଏମଏସ ଜରିଆରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। ବିଦ୍ୟାର୍ଥୀ <CBSE> SPACE< ROLLNO> SPACE< ADMITCARD ID> ଲେଖି ୭୭୩୮୨୯୯୮୯୯ ନମ୍ବର କୁ ଏସ୍ଏମଏସ୍ କରି ପରୀକ୍ଷା ଫଳ ପାଇପାରିବେ।

- Advertisement -

ଦଶମ ଓ ଦ୍ବାଦଶ ବିଦ୍ୟାର୍ଥୀ ଡ଼ିଗି ଲକର ଏବଂ ଉମଙ୍ଗ ମୋବାଇଲ ଆପ୍‌ ଜରିଆରେ ସେମାନଙ୍କ ମାର୍କସିଟ, ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଭଳି ଅନ୍ୟ ପ୍ରମାଣ ପତ୍ର ପାଇପାରିବେ। ସେହିପରି ସବିଏସ୍‌ଇ ଅଧୀନରେ ଥିବା ସବୁ ବିଦ୍ୟାଳୟକୁ ପୃଥକ ଭାବେ ସେମାନଙ୍କ ଇ-ମେଲ୍‌ ଜରିଆରେ ପରୀକ୍ଷା ଫଳ ପ୍ରଦାନ କରାଯିବ। ଚଳିତ ବର୍ଷ ଦେଶରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories