www.samajalive.in
Thursday, December 11, 2025
18.1 C
Bhubaneswar

କନଷ୍ଟେବଳ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଶୁଣି ଥାନାରେ ଏତଲା ଦେଲେ ସ୍ତ୍ରୀ!

ନୀଳଗିରି: କନଷ୍ଟେବଳ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଶୁଣି ତାଙ୍କ ସ୍ତ୍ରୀ ଶିଶୁକନ୍ୟାକୁ ଧରି ନୀଳଗିରି ଥାନାରେ ଦ୍ୱାରସ୍ଥ ହେବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ବାଲେଶ୍ୱର ଜିଲା ନୀଳଗିରି ଥାନାର ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବିଟୁସାହି ଗାଁର କନଷ୍ଟେବଳ ସଞ୍ଜୟ ସିଂ ୫ବର୍ଷ ପୂର୍ବରୁ ସେହି ପଞ୍ଚାୟତର ହାତୀଆଶିଳା ଗାଁର ଗୌରହରି ସିଂଙ୍କ ଝିଅ ଦମୟନ୍ତୀଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଢ଼େଇ ବର୍ଷର ଏକ ଶିଶୁକନ୍ୟା ଅଛି। ତେବେ ବିବାହ ପରଠାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ଯୋଗୁ ସେ ଏନେଇ କୋର୍ଟର ଆଶ୍ରୟ ନେଇଛନ୍ତି। ସମ୍ପ୍ରତି ମାମଲା ବିଚାରାଧୀନ ରହିଛି। କିନ୍ତୁ କନଷ୍ଟେବଳ ସ୍ୱାମୀ ଜଣକ ମଙ୍ଗଳବାର ଦ୍ୱିତୀୟ ବିବାହ କରୁଥିବା ସମ୍ପର୍କରେ ଖବରପାଇ ସ୍ତ୍ରୀ ଦମୟନ୍ତୀ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।

ଜଣେ ପୁଲିସ କନଷ୍ଟେବଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ୟୁଟିରେ ଥିବା ପୁଲିସ ଅଧିକାରୀଙ୍କୁ ସେ ଗୁହାରି କରିଛନ୍ତି। ସ୍ଥାନୀୟ ପୁଲିସ ପକ୍ଷରୁ ତାଙ୍କୁ ଆଶ୍ୱାସନା ଦିଆଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ମହିଳା ଜଣକ ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ତାଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରିନାହାଁନ୍ତି ଏବଂ ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିପାରନ୍ତି ବୋଲି ଜଣାଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories