www.samajalive.in
Monday, December 8, 2025
27.1 C
Bhubaneswar

ଜେସିବି ଲଗାଇ ଭାଙ୍ଗିଦେଲେ ଘର!

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଅଞ୍ଚଳରେ ଘରେ କେହି ନଥିବା ବେଳେ ଜେସିବି ଲଗାଇ ଘରର କେତେକ ଅଂଶ ଭାଙ୍ଗି ଦିଆଯାଇଛି। ରମାକାନ୍ତ ମହାନ୍ତିଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଏନେଇ ନୀଳଗିରି ଥାନାରେ ଏକ ଏତଲା ଦାଏର କରିଛନ୍ତି। ସମ୍ପୃକ୍ତା ମହିଳା ଘରେ ନଥିବା ସମୟରେ ସାନଅତା ଅଞ୍ଚଳର ସୁରେଶ ସମୁଦ୍ର, ଅନ୍ୟ ଦୁଇ ସହଯୋଗୀଙ୍କ ସମେତ ୮/୧୦ଜଣ ଲୋକ ପହଞ୍ଚି ତାଙ୍କ ଘରର ପଶ୍ଚିମ ଅଂଶ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ଛାତ, କାନ୍ଥ ଓ ଝରକା କବାଟ ସବୁ ଦୋହଲି ଫାଟ ପଡ଼ି ଯାଇଛି।

ଖବରପାଇ ସମ୍ପୃକ୍ତ ମହିଳା ସେଠାରେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ତାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନୀଳଗିରି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories