www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତକୁ ଇରାନ୍‌ର ବଡ଼ ଝଟ୍‌କା

ନୂଆଦିଲ୍ଲୀ: ଭାରତକୁ ଏକ ବଡ଼ ଝଟ୍‌କା ଦେଇଛି ଇରାନ। ଇରାନ ସରକାର ଚବାହର ବନ୍ଦରର ରେଳ ପ୍ରକଳ୍ପରୁ ଭାରତକୁ ବାହାର କରିଦେଇଛି। ‘ଦ ହିନ୍ଦୁ’ ରିପୋର୍ଟ ଅନୁସାରେ ଭାରତ ତରଫରୁ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ ଏବଂ କାର୍ଯ୍ୟ ଆରମ୍ଭରେ ବିଳମ୍ବ କରାଯିବାର କାରଣ ଦର୍ଶାଇ ଇରାନ ଏହି ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ଭାରତ ୪ବର୍ଷ ତଳେ ଏହି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ଚବାହର ବନ୍ଦରରୁ ଏହି ରେଳ ପଥ ଇରାନ ସୀମା ଅତିକ୍ରମ କରି ଆଫଗାନିସ୍ତାନର ଜାରାଞ୍ଜ ପର୍ଯ୍ୟନ୍ତ ଯିବ। ତେବେ ‘ଦ ହିନ୍ଦୁ’ ରିପୋର୍ଟ ଅନୁସାରେ, ଇରାନ ରେଲୱେ ଭାରତର ବିନା ସହଯୋଗରେ ଏହି ପ୍ରକଳ୍ପ କାମ ଆରମ୍ଭ କରିବ ଏବଂ ଇରାନୀ ରାଷ୍ଟ୍ରୀୟ ବିକାଶ ପାଣ୍ଠିର ୪୦ କୋଟି ଡଲାର ଏଥିରେ ବିନିଯୋଗ କରିବ। ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଇରାନ ଲକ୍ଷ୍ୟ ରଖିଛି। ତେବେ ଭାରତ ଏହି ପ୍ରକଳ୍ପରେ ପରବର୍ତ୍ତୀ ସମୟରେ ସାମିଲ ହୋଇପାରିବ ବୋଲି ଜଣେ ଅଧିକାରୀ କହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

- Advertisement -

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଇରାନର ଏପରି ପଦକ୍ଷେପ ଭାରତ ପାଇଁ ବିପଦ ବୋଲି କୁହାଯାଉଛି। ଅନ୍ୟପଟେ ଇରାନ ଆର୍ଥିକ ଏବଂ ସୁରକ୍ଷା କ୍ଷେତ୍ରରେ ଚୀନ ସହିତ ୨୫ ବର୍ଷ ପାଇଁ ବୁଝାମଣା କରିବା ଉପରେ ଆଗକୁ ବଢ଼ିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏହି ବୁଝାମଣା ଅଧୀନରେ ଚୀନ ଆଗାମୀ ୨୫ ବର୍ଷରେ ଇରାନରେ ୪୦ ହଜାର କୋଟି ଡଲାର ନିବେଶ କରିବ। ଏହା ବଦଳରେ ଇରାନ ଚୀନକୁ ବଡ଼ ରିହାତିରେ ତୈଳ ରପ୍ତାନୀ କରିବ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories