www.samajalive.in
Thursday, December 11, 2025
16.1 C
Bhubaneswar

ଲଦାଖ ବିବାଦ : ଆଜି ଚତୁର୍ଥ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ : ଲଦାଖ ବିବାଦର ସମାଧାନ ପାଇଁ ଚତୁର୍ଥ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ପରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି। ଏହି ବୈଠକ ଭାରତୀୟ ସେନା ପକ୍ଷରୁ ଚୁସୁଲଠାରେ ଆୟୋଜନ କରାଯାଇଛି। ପ୍ରସ୍ତାବିତ ବୈଠକରେ ପାନଗଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଭାରତ ଗୁରୁତ୍ବାରୋପ କରିବ। ଏତଦ୍‌ବ୍ୟତୀତ ଏଲଏସିର କେଉଁ ସ୍ଥାନରେ ଉଭୟ ଦେଶର ସୈନ୍ୟ ଅବସ୍ଥାନ କରିବେ ତା’ଉପରେ ମଧ୍ୟ ଆଲୋଚନା ହେବ। ଚୀନ ସେନା ଅନ୍ୟ ଦୁଇଟି ବିବାଦୀୟ ଅଞ୍ଚଳରୁ ଫେରିଯାଇଥିଲେ ମଧ୍ୟରେ ଏଠାରେ ରହିଛନ୍ତି; ତେବେ ପାନଗଙ୍ଗ ଅନ୍ତର୍ଗତ ଫିଙ୍ଗର-୪ ଅଞ୍ଚଳରୁ ଚୀନ ସେନା ସାମାନ୍ୟ ଘୁଞ୍ଚିଥିବା ସୂଚନା ମିଳିଛି। ଉଭୟ ପକ୍ଷର ସୈନ୍ୟ ପଛକୁ ହଟିବା ପରେ ସମ୍ପ୍ରତି ‘ବଫର ଜୋନ୍‌’ର ଦୁଇ ପାଖରେ ରହିଛନ୍ତି। ସାମୟିକ ଭାବେ ବିବାଟ ଟାଳିବାକୁ ତୃତୀୟ ପର୍ଯ୍ୟାୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଗଲୱାନ ଉପତ୍ୟକା, ଗୋଗ୍ରା ଓ ହଟ୍‌ ସ୍ପ୍ରିଙ୍ଗ ସେକ୍ଟରରେ ତିନି କିଲୋମିଟର ବିଶିଷ୍ଟ ବଫର ଜୋନ୍‌ ପ୍ରସ୍ତୁତ ହୋଇଛି। ସୈନ୍ୟ ପ୍ରତ୍ୟାହାର ସମ୍ପର୍କିତ ପ୍ରମାଣ ଉପଗ୍ରହ ସୂତ୍ରରୁ ଉପଲବ୍ଧ ହୋଇଛି।
ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେ ସୋମବାର ଜାମ୍ମୁ-ପଠାନକୋଟ ଅଞ୍ଚଳର ଆଗୁଆ ଘାଟି ଅଞ୍ଚଳକୁ ପରିଦର୍ଶନ କରିବା ସହିତ ସେନା ଅଭିଯାନର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଇଜିଂ ଷ୍ଟାର କ୍ରସପର ଏହି ଅଞ୍ଚଳରେ ସୁରକ୍ଷା ସ୍ଥିତି ବାବଦରେ ସେନାମୁଖ୍ୟଙ୍କୁ ଜେନେରାଲ ଅଫିସର କମାଣ୍ଡିଂ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଅବଗତ କରାଇଥିଲେ। ସେନାମୁଖ୍ୟଙ୍କ ଏହି ଗସ୍ତରେ ଲେପ୍ଟନାଣ୍ଟ ଜେନେରାଲ ଆରପି ସିଂହ, ମେଜର ଜେନେରାଲ ଭିବି ନାୟାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories