www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଉତ୍ତେଜନା ଜାରି: ପୁଲିସ ଫୋର୍ସ ମୁତୟନ

ସୁନ୍ଦରଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଜମି ଜବରଦଖଲକୁ ନେଇ ଉତ୍ତେଜନା ଜାରି ରହିଛି। ଆସନ୍ତାକାଲି ଗ୍ରାମବାସୀଙ୍କ ଅନୁରୋଧକ୍ରମେ ବିଧାୟିକା କୁସୁମ ଟେଟେ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।

ମିଳିଥିବା ସୂତ୍ରରୁ ପ୍ରକାଶ, ଛତିଶଗଡ଼ ଅଞ୍ଚଳର କୋଲ ମାଫିଆ କୁହାଯାଉଥିବା ଜୈନିକ ବ୍ୟକ୍ତି ଚନ୍ଦ୍ରପୁର ଗ୍ରାମରେ ଦୁଇ ଏକର ଜମି କିଣି ଫାର୍ମ ହାଉସ କରିଥିବା ବେଳେ ଆଖପାଖର ସରକାରୀ ଓ ଜଙ୍ଗଲ ଜମି ଦାଦାଗିରୀ କରି ଜବରଦଖଲ କରିଥିବାର ଅଭିଯୋଗ ହୋଇଛି। ଉକ୍ତ ଜମି ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାର ଓ ବନାଞ୍ଚଳ ଅଧିକାରୀ ଚିହ୍ନଟ ପ୍ରକ୍ରିୟା କରୁଥିବା ବେଳେ ଜମି ମାଲିକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ପକ୍ଷରୁ ଦୁଇଟି ଏତଲା ଦିଆଯିବାରୁ ପୁଲିସ ଭିନ୍ନ ଭିନ୍ନ ଦୁଇଟି ମାମଲା ରୁଜୁୁ କରି ତଦନ୍ତ ଅବ୍ୟାହତ ରଖିଛି। ଜମି ଜବରଦଖଲକାରୀ କୁଆଡ଼େ ଛତିଶଗଡ଼ ଅଞ୍ଚଳରୁ ଗୁଣ୍ଡା ଆଣି ଓଡ଼ିଶା ସୀମାନ୍ତ ଗ୍ରାମବାସୀଙ୍କୁ ଧମକଚମକ ଦେଇ ଜମିକୁ ସଂପୂର୍ଣ୍ଣ ଅକ୍ତିଆର କରିବା ପାଇଁ ଉଦ୍ୟମ ଚଳାଇଛି। ଏପରିକି ଜଙ୍ଗଲ ଜମିରେ ଥିବା ପ୍ରାୟ ୩୦ରୁ ଉର୍ଦ୍ଧ ଗଛଗୁଡ଼ିକୁ ଅଧା କାଟି ପକାଇଛି। ଏ ସଂପର୍କରେ ବନ ବିଭାଗ ମଧ୍ୟ ତଦନ୍ତ ଆରମ୍ଭ କରିଛି। ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର ଓ ଛତିଶଗଡ଼ ଅଞ୍ଚଳର ଏସ.ଡି.ପି.ଓଙ୍କ ମଧ୍ୟରେ ଏ ବିବାଦ ନେଇ ଆଲୋଚନା ହୋଇଥିଲେ ହିଁ ସମାଧାନର କୌଣସି ବାଟ ଫିଟି ନାହିଁ। ଅପରପକ୍ଷରେ ସ୍ଥାନୀୟ ଗ୍ରାମବାସୀ ବିଧାୟିକାଙ୍କୁ ଆମନ୍ତ୍ରଣ କରିଥିବାର ଜଣାପଡ଼ିଛି। ଏ ସଂପର୍କରେ ବିଧାୟିକା ଜିଲାପାଳଙ୍କୁ ଲିଖିତ ଆକାରରେ ଜଣାଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ଚାପା ଉତ୍ତେଜନା ଲାଗି ରହିବା ସହ ଘଟଣାସ୍ଥଳରେ ପୁଲିସ ଅଧିକାରୀ ଓ ଫୋର୍ସ ମୁତୟନ ରହିଥିବାର ଜଣାପଡ଼ିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories