www.samajalive.in
Sunday, December 14, 2025
18.1 C
Bhubaneswar

ବିଜେଡ଼ି-ବିଜେପି ମଧ୍ୟରେ ସଲାସୁତୁରା; ରାଜ୍ୟରେ କଂଗ୍ରେସ ଉପରେ ଆଶା: ସପ୍ତଗିରି

ଭୁବନେଶ୍ବର: ରାଜ୍ୟରେ ବିଜେଡ଼ି-ବିଜେପି ମଧ୍ୟରେ ସଲାସୁତୁରା ଚାଲିଛି । ତେଣୁ ବିରୋଧୀ ଦଳ ଭାବରେ କଂଗ୍ରେସ ଉପରେ ଗୁରୁଦାୟିତ୍ବ ରହିଛି । ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଏବେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଉଛି । ତାଙ୍କ ନେତୃତ୍ବରେ ଦଳ ବେଶ୍ ଭଲ ପ୍ରଦର୍ଶନ କରୁଛି ।  ଅନଲାଇନରେ ମଧ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯାଉଛି । ନିକଟରେ ୧୩ଟି ମୁଖ୍ୟ ବିରୋଧୀ ଦଳ ରାଜ୍ୟରେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ନେତୃତ୍ବରେ ଏକାଠି ହୋଇ ରାଜ୍ୟପାଳକୁ ସ୍ମାରକପତ୍ର ଦେଇଛନ୍ତି । ଏହି ସ୍ଥିତିରେ ଦଳକୁ  ଅଧିକ କ୍ରିୟାଶୀଳ କରିବା ନିମନ୍ତେ ପିସିସିର ବିଭିନ୍ନ କମିଟି, ଜିଲା ଓ ବ୍ଲକସ୍ତରୀୟ କମିଟିଗୁଡ଼ିକୁ ଯଥାଶୀଘ୍ର ପୁନର୍ଗଠନର ଆବଶ୍ୟକତା ରହିଛି ବୋଲି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ନିୟମିତ ବ୍ୟବଧାନରେ ପିସିସି ସଭାପତି ପରିବର୍ତନ ଦ୍ବାରା କର୍ମୀ ଓ ସାଧାରଣ ଲୋକଙ୍କ ନିକଟକୁ ଭଲ ବାର୍ତା ଯାଉନାହିଁ । ତେଣୁ ଓଡ଼ିଶାରେ ପିସିସି ପରିବର୍ତନ ଆପାତତଃ ଆବଶ୍ୟକତା ନାହିଁ ବୋଲି ସୋନିଆଙ୍କ ନିକଟରେ ସପ୍ତଗିରି ପ୍ରସ୍ତାବ ରଖିଛନ୍ତି ।

- Advertisement -

ଦୁଇଦିନ ତଳେ କଂଗ୍ରେସ ଅଧ୍ୟକ୍ଷା ଭର୍ଚ୍ୟୁଆଲ ବୈଠକରେ ଦଳର ସମସ୍ତ ସାଂସଦମାନଙ୍କ ସହ ଆଲୋଚନା ଅବସରରେ ଶ୍ରୀ ଉଲ୍ଲାକା ପୁନର୍ବାର ରାହୁଳ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ନିମନ୍ତେ ପ୍ରସ୍ତାବ ଦେବା ସହ ସାଂସଦ ହାତପାଣ୍ଠି ବନ୍ଦ ଯୋଗୁ ସଂସଦୀୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଶ୍ରୀମତୀ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିବା ନିମେନ୍ତ ସେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାର ୯ଟି କୋଇଲା ଖଣି ସମେତ ଛତିଶଗଡ଼ର ୯, ମହାରାଷ୍ଟ୍ରର ୩, ଝାଡ଼ଖଣ୍ଡର ୯ ଓ ମଧ୍ୟପ୍ରଦେଶର ୧୧ଟି କୋଇଲା ଖଣିକୁ ନିଲାମ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଦ୍ବାରା ପ୍ରାୟ ୨୦ ହଜାର ପରିବାର ବିସ୍ଥାପିତ ହେବେ ଓ ଘନ ଜଙ୍ଗଲ ମଧ୍ୟ ନଷ୍ଟ ହେବ ।  କଂଗ୍ରେସ ଜାତୀୟସ୍ତରରେ ଏହାକୁ ବିରୋଧ କରିବା ଆବଶ୍ୟକ ବୋଲି ସପ୍ତଗିରି କହିଛନ୍ତି ।

ସୂଚନାଯୋଗ୍ୟ ଯେ କିଛି ଗଣମାଧ୍ୟମରେ ରାଜ୍ୟରେ ପିସିିସି ପରିବର୍ତନ ସପକ୍ଷରେ ସପ୍ତଗିରି କଂଗ୍ରେସ ଅଧ୍ୟକ୍ଷାଙ୍କୁ ପ୍ରସ୍ତାବ ଦେଇଥିବା ନେଇ ପ୍ରଚାରିତ ଖବରକୁ ସେ ଖଣ୍ଡନ କରିଛନ୍ତି । ୨୦୨୪ ନିର୍ବାଚନ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଲଢ଼ାଯିବା ନିମନ୍ତେ ପ୍ରସ୍ତୁତି କରିବା ଏବଂ ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ବ୍ଳକ୍, ଜିଲା ଆଦି କମିଟିର ପୁନର୍ଗଠନ ଉପରେ ସେ ଦଳର ଅଧ୍ୟକ୍ଷାଙ୍କ ନିକଟରେ ପ୍ରସ୍ତାବ ରଖିଥିବା ସପ୍ତଗିରି କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories