www.samajalive.in
Saturday, December 13, 2025
15.1 C
Bhubaneswar

ଶ୍ରାବଣମାସର ୨ୟ ସୋମବାର ; କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ବାବାମଣିଙ୍କ ପୀଠ

ଆରଡି: ପବିତ୍ର ଶ୍ରାବଣମାସର ଦ୍ୱିତୀୟ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲେ ମଧ୍ୟ କରୋନା କଟକଣା ପାଇଁ ପୀଠରେ ୧୪୪ଧାରା ଜାରି କରାଯିବା ସହ ସମସ୍ତ ପ୍ରବେଶ ପଥକୁ ସିଲ କରିଥିଲା ପ୍ରଶାସନ। ଏପରିକି ଧାରା ଶ୍ରାବଣମାସରେ ବାବାମଣିଙ୍କୁ କାଉଡିଆମାନେ ଜଲଲାଗି କରିବାର ପରମ୍ପରା ରହିଥିଲେ ମଧ୍ୟ ମହାମାରୀ କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ସମଗ୍ର ପୀଠ ଭକ୍ତ ଶୂନ୍ୟ ହୋଇ ପଡ଼ିଥିଲା। ଫଳରେ ପୂର୍ବବର୍ଷ ପରି କାଉଡିଆଭକ୍ତଙ୍କର ନଥିଲା ଗହଳିଚହଳି କି ଶୁଭୁନଥିଲା ବୋଲବୋମ-ହରହରବୋମ ଧ୍ୱନି। ଅନ୍ୟପଟେ ମନ୍ଦିରର ସେବାୟତମାନେ ମଣିବାବାଙ୍କ ଚଳନ୍ତିପ୍ରତିମା ଶ୍ରାବଣୀ ମହାଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ଶ୍ରାବଣୀ ଜଳାଭିଷେକ କରାଯିବା ସହିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ସେହିପରି ଆରଡି ପୋଲିସ ପକ୍ଷରୁ ପୀଠର ପ୍ରବେଶ ପଥ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ନଦୀଘାଟରେ ପୁଲିସ ମୃତୟନ କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories