www.samajalive.in
Monday, December 15, 2025
16.1 C
Bhubaneswar

ବିକାଶ ଦୁବେ ଏନକାଉଣ୍ଟରକୁ ଶିବସେନାର ସମର୍ଥନ : ସେ ଜଣେ ସାଧୁ ନୁହେଁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଥିଲା

ମୁମ୍ବଇ : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ଶୁକ୍ରବାର ଦିନ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ମୃତ୍ୟୁ ହୋଇଥିଲା। ଏଥି ସହିତ ତାର ମୃତ୍ୟୁ ପରଠାରୁ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଶିବସେନା ଏହି ଏନକାଉଣ୍ଟରକୁ ଯଥାର୍ଥ ବୋଲି କହିଛି।
ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ଏନକାଉଣ୍ଟରକୁ ନେଇ ଯେଉଁ ରାଜନୈତିକ ଦଳ ରାଜନୀତି କରୁଛି ସେ ପରୋକ୍ଷ ଭାବେ ବିକାଶ ଦୁବେର ଗୁଳିରେ ସହିଦ୍ ହୋଇଥିବା ଆଠ ଜଣ ପୁଲିସ କର୍ମଚାରୀଙ୍କ ଅପମାନ କରୁଛନ୍ତି। ଏହା ସହିତ ବିକାଶ ଦୁବେର ଏନକାଉଣ୍ଟର ପରଠୁ ଉତ୍ତର ପ୍ରଦେଶର ଜନସାଧାରଣ ଓ ସମଗ୍ର ଦେଶବାସୀ ସାନ୍ତିରେ ନିଶ୍ବାସ ପ୍ରଶ୍ୱାସ ନେଉଛନ୍ତି ବୋଲି ସଞ୍ଜୟ କହିଛନ୍ତି।
ଶିବସେନାର କହିବା ଅନୁଯାୟୀ, ମାନବ ଅଧିକାର କମିସନ ଏହି ଏନକାଉଣ୍ଟର ବିଷୟରେ ଅନେକ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏହାକୁ ଜନସାଧାରଣ ସ୍ୱାଗତ କରିଛନ୍ତି। ବିକାଶ ଦୁବେ ଜଣେ ସାଧାରଣ ଅପରାଧୀ ନୁହେଁ, ବରଂ ସେ ଜଣେ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ଥିଲା ବୋଲି ଶିବସେନା କହିଛି। ଏନକାଉଣ୍ଟରରେ ପୁଲିସ ତାକୁ ହତ୍ୟା କରିଛି, ତେବେ ଏ ନେଇ ପ୍ରଶ୍ନ ଉଠିବା ଅନୁଚିତ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories