www.samajalive.in
Sunday, December 14, 2025
14.1 C
Bhubaneswar

ଆସନ୍ତା କାଲିଠାରୁ ରାଉରକେଲା ଓପିଡ଼ି ବନ୍ଦ

ରାଉରକେଲା : ରାଉରକେଲା ସରକାରୀ ଡ଼ାକ୍ତରଖାନାର ଓପିଡ଼ି ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ସତର୍କତାକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ରବିବାର ବ୍ୟବସ୍ଥା ବଦଳିଛି । ଆରଜିଏଚରେ ଓପିଡି ସେବା ୧୩ତାରିଖରୁ ୧୫ ତାରିଖ ଯାଏଁ ବନ୍ଦ ରହିବ । ଟ୍ରମା ଓ ଡେ଼ଲିଭରୀ କେସ ଏଥିରୁ ବାଦ ରହିବ। କେବଳ ଜରୁରୀକାଳୀନ ଓପିଡି (ରୁମ ନମ୍ବର ୧ଓ ୪)ରେ ଏହି ସାଧାରଣ ଓପିଡି ବନ୍ଦ ବେଳେ ଜରୁରୀ କାଳୀନ ସେବା ପ୍ରଦାନ କରାଯିବ।  ଫ୍ଲୁ କ୍ଲିନିକ ପୂର୍ବ ଭଳି ଚାଳିବ।
ସୂଚନା ଯୋଗ୍ୟ, ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ନମୁନା ପଜିଟିଭ ଆସିବାପରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆରଜିଏଚ ଓପିଡି ସେବା ୧୩ରୁ ବନ୍ଦ ହେବ ବୋଲି ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି । ଆରଜିଏଚର ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ ବହୁତ କର୍ମଚାରୀ କ୍ବାରେଣ୍ଟାଇନରେ ଅଛନ୍ତି । କେବଳ ଜରୁରୀକାଳୀନ ବର୍ହିବିଭାଗ ଏହି ସମୟରେ ଖୋଲା ରହିବ ।
ଏହାସହ ରାଉରକେଲା ସରକାରୀ ହସ୍ପିଟାଲ ଉପରେ ଜିଲ୍ଲାର ଅଧିକାଂଶ ରୋଗୀ ନିର୍ଭର କରନ୍ତି । ଏହିଭଳି ପରିସ୍ଥିତିରେ ଓପିଡି ବନ୍ଦ ହେବା ଦ୍ବାରା ସାଧାରଣ ରୋଗୀ ହଇରାଣ ହେବେ ବୋଲି ସାଧାରରେ ମତ ପ୍ରକାଶ ପାଇଛି। ବରଂ ଡାକ୍ତରଖାନା କତୃପକ୍ଷ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ସହିତ ଏହାକୁ ଚାଲୁ ରଖିବାକୁ ଦାବି ହୋଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories