www.samajalive.in
Wednesday, December 10, 2025
23.1 C
Bhubaneswar

ନୂଆ ଗିନିଜ ରେକର୍ଡ ପ୍ରତିଷ୍ଠା କଲା ଭାରତର ବ୍ୟାଘ୍ର ଗଣନା

କ୍ୟାମେରା ମାଧ୍ୟମରେ ବିଶ୍ଵର ସର୍ବବୃହତ୍ତ ବନ୍ୟପ୍ରାଣୀ ସର୍ଭେ

ନୂଆଦିଲ୍ଲୀ : ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ସର୍ବଭାରତୀୟ ବ୍ୟାଘ୍ର ଗଣନା ୨୦୧୮ ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ ସ୍ଥାନ ପାଇଛି। ସର୍ବଶେଷ ଗଣନା ଅନୁସାରେ ଦେଶରେ ବର୍ତ୍ତମାନ ୨,୯୬୭ଟି ବାଘ ଥିବା  ଜଣାପଡିଛି। ଏହା ସହିତ ଭାରତରେ ବିଶ୍ଵର ୭୫ ପ୍ରତିଶତ ବାଘ ଅଛନ୍ତି । ସେଦୃଷ୍ଟିରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିବା ନେଇ ୨୦୧୦ରେ ସେଣ୍ଟପିଟର୍ସବର୍ଗଠାରେ ହୋଇଥିବା ସଂକଳ୍ପକୁ ଭାରତ ଧାର୍ଯ୍ୟ ସମୟ ୨୦୨୨ ପୂର୍ବରୁ ହାସଲ କରିସାରିଛି। ଏହାକୁ ଏକ ବିରଳ ମୂହୁର୍ତ୍ତ ଭାବେ ବର୍ଣ୍ଣନା କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏହା ଆତ୍ମନିର୍ଭର ଭାରତର ଏକ ଜ୍ଵଳନ୍ତ ଉଦାହରଣ। ପ୍ରଧାନମନ୍ତ୍ରୀଙ୍କ ନିଜ ଭାଷାରେ ଏହା ‘ସଂକଳ୍ପରୁ ସିଦ୍ଧି’ । ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ଧାର୍ଯ୍ୟ ସମୟର ୪ ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାର ସଂକଳ୍ପକୁ ପୂରଣ କରିସାରିଛି।

ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ଵାରା ପ୍ରଦତ୍ତ ମାନପତ୍ରରେ ଲେଖା ଅଛି ଯେ, ୨୦୧୮-୧୯ରେ କରାଯାଇଥିବା ଭାରତର ୪ର୍ଥ ବ୍ୟାଘ୍ର ଗଣନା ଚକ୍ର ଏପର୍ଯ୍ୟନ୍ତ ହୋଇଥିବା ଗଣନା ମଧ୍ୟରେ ତଥ୍ୟ ଓ ସମ୍ପଦ ଦୃଷ୍ଟିରୁ ଖୁବ ବ୍ୟାପକ। ଦୂରସମ୍ବେଦୀ ଉପକରଣ ସହ ଖଞ୍ଜା ହୋଇଥିବା କ୍ୟାମେରା ଦ୍ଵାରା ଏହି ଗଣନା କରାଯାଇଥିଲା । ୧୪୧ଟି ଭିନ୍ନ ଭିନ୍ନ ବନାଞ୍ଚଳରେ ଥିବା ୨୬,୮୩୮ଟି ସ୍ଥାନ ଓ ପ୍ରାୟ ୧,୨୧,୩୩୭ ବର୍ଗ କିଲୋମିଟର ପରିମିତ ଅଞ୍ଚଳ କ୍ୟାମେରା ନଜରରେ ରହିଥିଲା। କ୍ୟାମେରା ଗୁଡିକ ୩, ୪୮,୫୮ ,୬୨୩ଟି ବିଭିନ୍ନ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଉତ୍ତୋଳନ କରିଥିଲା । ସେଥିରୁ ୭୬,୬୫୧ଟି ବାଘ ଓ ୫୧,୭୭୭ଟି କଲରାପତିରିଆ ଥିବାବେଳେ ଅବଶିଷ୍ଟ ଅନ୍ୟାନ୍ୟ ଜୀବଜନ୍ତୁ ଥିଲେ । ଏହି ଫଟୋଚିତ୍ର ମଧ୍ୟରେ ଛୁଆଙ୍କୁ ଛାଡ଼ି ୨,୪୬୧ଟି ବାଘଙ୍କୁ ଠାବ କରାଯାଥିଲା। ଏହାଛଡା ଭାରତରେ ବାଘଙ୍କ ଗଣନା କରିବା ପାଇଁ ୫,୨୨,୯୯୬ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାଘ୍ର ପଦଚିହ୍ନ ମଧ୍ୟ ସର୍ଭେ କରାଯାଇଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଇଥାଏ। ଭାରତୀୟ ବନ୍ୟାପ୍ରାଣୀ ପ୍ରତିଷ୍ଠାନ ଏଥିପାଇଁ ବୈଷୟିକ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ତ୍ୱରାନ୍ୱିତ କରିଥାନ୍ତି। ୨୦୧୮ରେ ହୋଇଥିବା ସର୍ବେଶେଷ ସର୍ଭେ ଅନୁସାରେ ଦେଶରେ ୨,୯୬୭ଟି ବାଘ ଅଛନ୍ତି। ସମଗ୍ର ବିଶ୍ଵରେ ପ୍ରୋଜେକ୍ଟ ଟାଇଗର ଭଳି ପ୍ରକଳ୍ପ ଦେଖିବାକୁ ମିଳିବା ପ୍ରାୟତଃ ଅସମ୍ଭବ। ମାତ୍ର ୯ଟି ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପରେ ୫୦ ବ୍ୟାଘ୍ର ଅଭୟାରଣ୍ୟକୁ ସାମିଲ କରାଯାଇସାରଲାଣି। ଭାରତ ବର୍ତ୍ତମାନ ବ୍ୟାଘ୍ର ସଂରକ୍ଷଣ ଦିଗରେ ବିଶ୍ଵରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories