www.samajalive.in
Wednesday, December 10, 2025
16.1 C
Bhubaneswar

ଏୟାର ଇଣ୍ଡିଆର ୨ଶହ କ୍ୟାବିନ କର୍ମଚାରୀ ବରଖାସ୍ତ, ସୂତାଖିଅରେ ୫୦ ପାଇଲଟଙ୍କ ଭାଗ୍ୟ

କରୋନା ମହାମାରୀ ସମୟରେ ବିମାନ ଚଳାଚଳ ସଂଖ୍ୟା ହ୍ରାସ ପାଇବା ପରେ ଏୟାର ଇଣ୍ଡିଆରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ପ୍ରାୟ ୨ଶହ କ୍ୟାବିନ କର୍ମଚାରୀ ସେମାନଙ୍କ ଚାକିରୀ ହରାଇଛନ୍ତି। ଆହୁରି ମଧ୍ୟ ଜଣାପଡିଛି ଯେ, ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ୫୦ରୁ ଅଧିକ ପାଇଲଟଙ୍କ ଅନୁରୋଧକୁ ଏୟାର ଇଣ୍ଡିଆ ପ୍ରତ୍ୟାଖାନ କରିଛି।

ଇସ୍ତଫା ପତ୍ର ଫେରାଇ ଆଣିବାକୁ ଚାହୁଁ ଥିବା ୫୦ ଜଣ ପାଇଲଟ ଏବେ ନୋଟିସ୍ ଅବଧି ମଧ୍ୟରେ ଅଛନ୍ତି ଓ ନିୟମାନୁଯାୟୀ ସେମାନେ ନୋଟିସ ପିରିଅଡ ମଧ୍ୟରେ ସେମାନଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିପାରିବେ। ଅନ୍ୟ ପକ୍ଷରେ ଲକଡାଉନ ସମୟରେ ଗତ କିଛି ମାସ ମଧ୍ୟରେ ବିମାନ ଚଳାଚଳ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ଫଳରେ କ୍ୟାବିନ କର୍ମଚାରୀଙ୍କ ଚୁକ୍ତିନାମା ରଦ୍ଦ ହୋଇଯାଇଛି। ଏହା ପୂର୍ବରୁ ଭାରତୀୟ ବାଣିଜ୍ୟିକ ପାଇଲଟ୍ ଆସୋସିଏସନ୍, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେମାନଙ୍କର ଦୀର୍ଘ ଦିନର ବକେୟା ଦେୟ ତୁରନ୍ତ ଦେବା ସହ ପାଇଲଟମାନଙ୍କୁ ଏୟାର ଇଣ୍ଡିଆ ଛାଡିବାକୁ ଅନୁମତି ଦେବାକୁ ଅବଗତ କରାଇଥିଲା।

- Advertisement -

ତେବେ ଜୁଲାଇ ୮ରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇଥିବା ଭାରତୀୟ ପାଇଲଟ ଗିଲ୍ଡ, କର୍ପୋରେଟ ଆଫେୟାର୍ସ ମନ୍ତ୍ରାଳୟ ଏବଂ ସିଏମଡି ଅଧିକାରୀମାନେ କରୋନା ମହାମାରୀ ସମୟରେ କାମ କରୁଥିବା ଏୟାର ଇଣ୍ଡିଆର ଆଗ ଧାଡ଼ିର କର୍ମଚାରୀଙ୍କ ନିଆଯାଉଥିବା ପଦକ୍ଷେପର ବିରୋଧ କରିବା ସହ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories