www.samajalive.in
Sunday, December 7, 2025
18.1 C
Bhubaneswar

କୋଭିଡ ରୋଗୀଙ୍କ ପାଇଁ ସୀମିତ ବ୍ୟବହାର ହୋଇପାରିବ ‘ଆଇଟୋଲିଜୁମାବ’: ଡିସିଜିଆଇ

ନୂଆଦିଲ୍ଲୀ : ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ । ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍‌ ସୋରିଆସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି । ବାଇକନ୍‌ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍‌ ସୋରିଆସିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୨୦୧୩ରୁ ଆଲ୍‌ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି ।
ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ ଏହା ଦିଆଯାଇପାରିବ ବୋଲି ମତ ଦେଇଛନ୍ତି। ଏହି ଔଷଧ ଇନ୍‌ଫ୍ଲାମେସନ ବା ପ୍ରଦାହ ପାଇଁ ବିଶେଷ ଦାୟୀ ଆଇଏଲ୍‌-୬, ଟିଏନ୍‌ଏଫ୍‌ଏ ଆଦିର ପ୍ରକୋପକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିପାରୁଥିବା ପରୀକ୍ଷାରୁ ଜଣାପଡିଛି। ଏହି ଔଷଧ କୋଭିଡ ରୋଗୀଙ୍କୁ ଦିଆଗଲେ ସେମାନେ ମାତ୍ରାଧିକ ଇନ୍‌ଫ୍ଲାମେସନରୁ ରକ୍ଷା ପାଇପାରିବେ। କମିଟିର ସୁପାରିସ ଆଧାରରେ ଡିସିଜିଆଇ ଏହି ଔଷଧର ବିକ୍ରିବଟା ପାଇଁ ଅନୁମତି ଦେଇଛନ୍ତି ଏବଂ ନିଜ ନିର୍ଦେଶରେ ସ୍ପଷ୍ଟ କରିଦେଇଛନ୍ତି ଯେ ସ୍ୱଳ୍ପ ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଜରୁରୀକାଳୀନ ସ୍ଥିତିରେ ସୀମିତଭାବେ ବ୍ୟବହାର ହୋଇପାରିବ। ଏହା କେବଳ ସଂପୃକ୍ତ ରୋଗୀ ଯେତେବେଳେ ମାତ୍ରାଧିକ ଶ୍ୱାସ କ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେବେ ସେତେବେଳେ ସାଇଟୋକାଇନ୍‌ ରିଲିଜ ସିମ୍‌ଣ୍ଡ୍ରୋମ ପାଇଁ ଏହା ବ୍ୟବହୃତ ହେବ। ଅବଶ୍ୟ ଏଥିପାଇଁ ହସ୍‌ପିଟାଲରେ ଆବଶ୍ୟକ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା ରଖିବାକୁ ପଡିବ। ହସ୍ପିଟାଲ ବାହାରେ ଏହି ଔଷଧ ବ୍ୟବହାର କରାଯାଇପାରିବ ନାହିଁ। ଏହି ଦେଶୀ ଔଷଧ ଆଇଟୋଲିଜୁମାବ ବ୍ୟବହାର ଫଳରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ତୁଳନାତ୍ମକଭାବେ ଯଥେଷ୍ଟ ହ୍ରାସ ପାଇବ। ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ ପ୍ରୋଟକଲ ଅନୁସାରେ ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେଥିରେ ଯେଉଁ ଇନ୍‌ଭେଷ୍ଟିଗେସ୍‌ନାଲ ଥେରାପି ବିଧି ରହିଛି ତଦନୁସାରେ ଏହି ଔଷଧକୁ ବ୍ୟବହାର କରାଯିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories