www.samajalive.in
Monday, December 15, 2025
26.1 C
Bhubaneswar

ଦିଗହରା ସ୍ୱଚ୍ଛ ଭାରତ ମିଶନ ; ପାଇଖାନା ସାଜିଛି ଗୋଦାମ ଘର

ଟିଟିଲାଗଡ଼ : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଗଠନ ଲକ୍ଷ୍ୟରେ ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ। ଖୋଲା ସ୍ଥାନରେ ମଳତ୍ୟାଗ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବାକୁ ୧୨ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ। ହେଲେ ଟିଟିଲାଗଡ ବ୍ଲକରେ ପାଇଖାନା ନିର୍ମାଣ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। କତରକେଲା ଗ୍ରାମପଞ୍ଚାୟତରେ କବାଟ, ଆଜବେଷ୍ଟସନ ସହ ଏପରିକି ସିଟ ବିହିନ ପାଇଖାନା ନିର୍ମାଣ ହେବା ନଜରକୁ ଆସିଛି। ସେହିପରି ବ୍ଲକ ଅଧିନସ୍ଥ ଲୁଥୁରବନ୍ଧ ଗ୍ରାମପଞ୍ଚାୟତ ମହଦାରେ ପାଇଖାନା ନିର୍ମାଣ ଏକ ଔପଚାରିକତା ଭଳି ମନେହେଉଛି। ଗଛ ଲଗାଇବା ପରି ଧାଡି ଧାଡି କରି ତିନୋଟି ପାଇଖାନା ନିର୍ମାଣ କରାଯାଇଛି। ଏଭଳି ସ୍ଥଳେ ଜଣେ ବ୍ୟକ୍ତି ନିଜ ପାଇଖାନାକୁ ଶୌଚ ପାଇଁ ପ୍ରବେଶ କଲେ କଡରେ ଲାଗି କରି ରହିଥିବା ପରିବାରର ଝିଅ ବୋହୁ କିଭଳି ଦ୍ୱିତୀୟ କିମ୍ବା ତୃତୀୟ ପାଇଖାନାକୁ ଶୌଚ ପାଇଁ ଯିବେ ତାହା ବୁଝାପଡୁନାହିଁ। ଏନେଇ ନିର୍ମାଣ ସମୟରେ ବିଜ୍ଞ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗ ଯନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟିକୁ ନଆସିବା ଆଲୋଚନାର ବିଷୟ ହୋଇଛି। ସୂଚନା ଯେ ଜିଲାପାଳ ଖୋଦ ସ୍ୱଚ୍ଛ ଭାରତ ମିଶନ ଯୋଜନାର ମୁଖୀଆ ଅଟନ୍ତି। ଏଭଳିସ୍ଥଳେ ଶୌଚ ପାଇଁ ଗ୍ରାମାଞ୍ଚଳର ଝିଅ ବୋହୁ ପଦାକୁ ବାହାରି ଲଜ୍ଜ୍ୟାକର ପରିସ୍ଥିତିରେ ନପଡ଼ିବା ତଥା ବାହାରେ ମଳତ୍ୟାଗ ନେଇ ରୋଗବାହକ ସଂକ୍ରମଣରୁ ରକ୍ଷା ପାଇଁ ଯୋଜନା ରହିଛି। ଏଭଳିସ୍ଥଳେ ପରିବାରର ସଦସ୍ୟଙ୍କ ବ୍ୟବହାର ପାଇଁ ବଦଲରେ ଔପଚାରିକତା ପୁରଣ ପାଇଁ ପାଇଖାନା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ଲୋକେ ପାଇଖାନା ବ୍ୟବହାର ବଦଲରେ ଗୋଦାମ ଘର ଭାବରେ ବ୍ୟବହାର କରୁଥିବା ଦେଖାଦେଇଛି।  ଯୋଜନା ଦିଗହରା ହେବା ସହ ସକରାରି ଅର୍ଥ ବରବାଦ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଜିଲା ପ୍ରଶାସନ ଏସମ୍ପର୍କରେ ତଦନ୍ତ ସହ ଯୋଜନା ନେଇ ଖାମଖିଆଲି ନୀତି ପୋଷଣ କରିଥିବା ଅଧିକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories