www.samajalive.in
Sunday, December 14, 2025
26.1 C
Bhubaneswar

ବନ ମହୋତ୍ସବ ସପ୍ତାହ : ୫୦ରୁ ଅଧିକ ଔଷଧୀୟ ଚାରା ରୋପଣ

ଭୁବନେଶ୍ବର: ଭିଏସ୍‌ଏସ୍‌ ନଗରରେ ବନ ମହୋତ୍ସବ ସପ୍ତାହ ପାଳନ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭିଏସସନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ଚାରା ରୋପଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀ ବେହେରା, ସର୍ବଜିଟ ସାହୁ, ସୁଶାନ୍ତ ମୁଦୁଲି, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ ମନୋରମା ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି, ପୁଷ୍ପଲତା ରାଉଳ, ସ୍ନେହଲତା ମୁଦୁଲି, ପୁଷ୍ପଲତା ନାୟକ ପ୍ରମୁଖ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗଦାନକରି ଆଗାମୀ ଦିନରେ ଗ୍ଲୋବାଲ ୱାର୍ମିଂ ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ୧୦୦୦ରୁ ଊର୍ଦ୍ଧ୍ବ ଚାରା ରୋପଣ କରିବାକୁ ଶପଥ ନେଇଛନ୍ତି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories