www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଅପଡେଟ୍ : ଦେଶରେ ଆରୋଗ୍ୟ ହାର ୬୨.୭୮%, ମୃତ୍ୟୁହାର ୨.୬୯%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ କରୋନା ଆରୋଗ୍ୟ ହାର ୬୨.୭୮%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ  ୫ଲକ୍ଷ ୧୫ ହଜାର ୩୮୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆରୋଗ୍ୟ ହାର ଦୃଷ୍ଟିରୁ ଲଦାଖ, ଛତିଶଗଡ଼, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ରାଜସ୍ଥାନ ଆଦି ପ୍ରଥମ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଶତକଡ଼ା ୭୬ ଭାଗରୁ ଅଧିକା ରହିଛି। କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପଛକୁ ଦିଲ୍ଲୀ ଓ ତାମିଲନାଡୁ ରହିଛି। ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ୍‍ ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାରଠାରୁ ଅଧିକ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୭ ହଜାର ୧୧୪ଜଣ ନୂଆ ଲୋକ ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ କୋଭିଡ୍‍ ସଂକ୍ରମିତ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬ ରହିଛି। କୋଭିଡ୍‍ ସଂକ୍ରମଣ ହେବା ଦିନଠାରୁ ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ସର୍ବାଧିକ। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୫୧୯ ଜଣ
ସଂକ୍ରମିତ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୨ହଜାର ୧୨୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁହାର ୨.୬୯%କୁ ହ୍ରାସ ପାଇଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ଲକ୍ଷ ୮୨ ହଜାର ୫୧୧ଟି ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧ କୋଟି ୧୩ ଲକ୍ଷ ୭ ହଜାର ୨ଟି ନମୁନା ପରୀକ୍ଷା କରାଯାଇଛି। ଆଇସିଏମ୍‍ଆର୍‍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍‍-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ଦେଉଛି। ବର୍ତ୍ତମାନ ଦେଶରେ ୧ହଜାର ୧୮୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରୁ ୮୪୧ଟି ସରକାରୀ ପରୀକ୍ଷାଗାର ଓ ୩୩୯ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories