www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ମୁକାବିଲା : ‘ଧନ୍ଵନ୍ତରୀ ରଥ’ ମଡେଲ ଅନୁସରଣ କରିବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଙ୍ଗୀନ ହୋଇ ପଡିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଦିଲ୍ଲୀରେ କରେନା ମହାମାରୀ ପରିସ୍ଥିତିରେ ସୁଧାର ଆଣିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ସେ  ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସମଗ୍ର ଏନସିଆର ଅଞ୍ଚଳରେ କୋଭିଡ-୧୯ ମହାମାରୀକୁ ପ୍ରତିହତ କରିବା ଦିଗରେ ଅନ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମେ ଚେତିଲେ କରୋନା ହଟିବ।
ଏହି ଅବସରରେ ଅହମ୍ମଦାବାଦରେ ‘ଧନ୍ଵନ୍ତରୀ ରଥ’ ମାଧ୍ୟମରେ ନିରୀକ୍ଷଣ ଏବଂ ଗୃହ ଭିତ୍ତିକ ଯତ୍ନର ସଫଳତା ବିଷୟରେ ଚର୍ଚ୍ଚା କରାଯାଇଥିଲା ଏବଂ ଏହାକୁ ଅନ୍ୟ ସ୍ଥାନରେ ଅନୁକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ସଂକ୍ରମଣ ହାର ଥିବା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରର ନିରୀକ୍ଷଣ ଏବଂ ମାର୍ଗଦର୍ଶନ ସହାୟତା ଉପଲବ୍ଧ କରାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶନିବାର ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସଦସ୍ୟ, ନୀତି ଆୟୋଗ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଭାଗର ପରିସ୍ଥିତି ଏବଂ ରାଜ୍ୟଗୁଡିକର ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ। ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳାକୁ କଡାକଡି ଭାବେ ପାଳନ କରିବାକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଉପରେ ବ୍ୟାପକ ସଚେତନତା ଏବଂ ସଂକ୍ରମଣର ବୃଦ୍ଧିକୁ ରୋକିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଏ ବାବଦରେ କୌଣସି ପ୍ରକାରର ଖାମଖିଆଲ ଭାବକୁ ପରିତ୍ୟାଗ କରିବା ଆବଶ୍ୟକ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories