www.samajalive.in
Sunday, December 14, 2025
16.1 C
Bhubaneswar

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଗ୍ୟାଙ୍ଗ: ପୂର୍ବତନ ‘ର’ ଅଧିକାରୀ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ; ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଦେଶର ପୂର୍ବତନ ଗୁଇନ୍ଦା ଅଧିକାରୀ ଏନକେ ଶୋଦ୍। ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଗୁଇନ୍ଦା ଏଜେନ୍ସି ର’ ର ପୂର୍ବତନ ଅଧିକାରୀ ଶୋଦ୍‌ କହିଛନ୍ତି। ‘ର’ ପୂର୍ବତନ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ତାଙ୍କ ମୁମ୍ୱଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ନେପୋଟିଜିମ (ପ୍ରିୟାପ୍ରୀତି ତୋଷଣ ବା ପକ୍ଷପାତିତା)ର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ‘ର’ ଅଧିକାରୀ କହିଛନ୍ତି, ଯଦିଓ ଦାଉଦ ମୁମ୍ୱଇରେ ରହୁ ନାହିଁ ତଥାପି ମୁମ୍ୱଇକୁ ସେ ନିଜ ନିୟନ୍ତ୍ରଣରେ ରଖିଛି। ଲୋକବଳ, ଆର୍ଥିକ ବଳ ଇତ୍ୟାଦି ବ୍ୟବହାର କରି ଦେଶର ଆର୍ଥିକ ରାଜଧାନୀକୁ ସେ ନିଜ ଅଧୀନରେ ରଖିଛି। ସୁଶାନ୍ତ ସିଂହ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ। ସୁଶାନ୍ତ ସିଂହ ଏଭଳି କରିବା ପଛର କାରଣ ଦାଉଦର ବାରମ୍ୱାର ଧମକ ବୋଲି ସେ କହିଛନ୍ତି। ଏହି ହତ୍ୟା ଜଣେ ପେସାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ବୋଲି ଏହି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି।
ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ହେବା, ଘରର ଡୁପ୍ଲିକେଟ ଚାବି ନିଖୋଜ ହେବା ହତ୍ୟାକୁ ଦର୍ଶାଉଥିବା ସେ କହିଛନ୍ତି। ଏହି ପୂର୍ବତନ ‘ର’ ଅଧିକାରୀ ସୁଶାନ୍ତଙ୍କ ହତ୍ୟା ବାବଦରେ କହିବା ବେଳେ କରନ ଜୋହର ଏବଂ ସଲମାନ ଖାନଙ୍କ ନାମ ନେଇଛନ୍ତି। ହେଲେ ଭଲ ଭାବରେ ତାଙ୍କ ବାବଦରେ ସେ କିଛି କହି ନାହାନ୍ତି। ତେବେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବାବଦରେ ସେ କହିଛନ୍ତି, ରିୟା ମୃତ୍ୟୁ ମାମଲାରେ ସିଧାସଳଖ ସଂପୃକ୍ତି ନାହାନ୍ତି। ହେଲେ ଯାହା ଘଟୁଥିଲା ସେ ଜାଣିଥାଇପାରନ୍ତି। ସେଥିପାଇଁ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ମହେଶ ଭଟ୍ଟଙ୍କ ପାଖକୁ ଯାଇଥିଲେ ବୋଲି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି।
ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ୍ ସ୍ବାମୀ। ସୁବ୍ରମଣ୍ୟମ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଘଟଣା ଉପରେ ଓକିଲ ତଥା ରାଜନେତା ଇସକରଣ ସିଂହ ଭଣ୍ଡାରୀ ଅନୁଧ୍ୟାନ କରି ରିପୋର୍ଟ। ସୁଶାନ୍ତଙ୍କ ମୃତ୍ୟୁ ଘଟଣା ସିବିଆଇ ତଦନ୍ତ ପାଇଁ ଉପଯୁକ୍ତ କି ନାହିଁ ତା ଉପରେ ଭଣ୍ଡାରୀ ଅନୁଧ୍ୟାନ କରିବାକୁ ସୁବ୍ରମଣ୍ୟମ୍ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories