www.samajalive.in
Sunday, December 14, 2025
15.1 C
Bhubaneswar

ସମ୍ବଲପୁରରୁ ଅପହୃତ ବ୍ୟବସାୟୀ ସୁରକ୍ଷିତ ଉଦ୍ଧାର, ଅପହରଣକାରୀଙ୍କୁ ଖୋଜୁଛି ୩ଟି ସ୍ୱତନ୍ତ୍ର ପୁଲିସ ଟିମ

ସମ୍ବଲପୁର: ଶୁକ୍ରବାର ଦିନ ଦି ପହରରେ ଅପହୃତ ସମ୍ବଲପୁରର ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲ (୬୪)ଙ୍କୁ ପୁଲିସ ସୁରକ୍ଷିତ ଉଦ୍ଧାର କରିଛି। ସମ୍ବଲପୁର ଜିଲା ପୁଲିସ ମୁଖ୍ୟ ଡା. କନୱର ବିଶାଳ ସିଂହ କହିଛନ୍ତି ଯେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ସୁରକ୍ଷିତ ଉଦ୍ଧାର କରିଛି ଏବଂ ସଦର ଏସଡିପିଓ ତପନ ମହାନ୍ତିଙ୍କ ତତ୍ୱାବଧାନରେ ୩ଟି ସ୍ୱତନ୍ତ୍ର ଟିମ ଅପହରଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏ ବିଷୟରେ ବର୍ତ୍ତମାନ ସମୟରେ ଅଧିକ କିଛି ପ୍ରକାଶ କରିବାକୁ ସେ ମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବନ୍ଧୁକ ମୁନରେ ସହରର ଉପକଣ୍ଠସ୍ଥ ଶାସନ ବାଇପାସ (ସମ୍ବଲପୁର – ଝାରସୁଗୁଡା ରାସ୍ତା)ରୁ ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ଅପହରଣକର୍ତ୍ତାମାନେ ଅପହରଣ କରି ନେଇଥିଲେ। ନରେଶ ପ୍ରତି ଦିନ ଭଳି ନିଜର କାରରେ ଡ୍ରାଇଭର ସହିତ ରାସ୍ତା କଡ ଜମିରେ ଚାଲିଥିବା କାନ୍ଥ ବାଡ ନିର୍ମାଣ କାର୍ଯ୍ୟକୁ ତଦାରଖ ପାଇଁ  ନିର୍ମାଣସ୍ଥଳ ଶାସନକୁ ଯାଇଥିଲେ। ନରେଶ ତାଙ୍କର କାର (ଓଡି-୧୫-କେ-୬୭୮୯)ର ଡ୍ରାଇଭରଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚିବା ପରେ ରାସ୍ତା କଡରେ ଗାଡି ପାର୍କ କରି ନିର୍ମାଣ କାର୍ଯ୍ୟ ଦେଖି ଆସିବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଜେ କାରରେ ହିଁ ବସିଥିଲେ।ଡ୍ରାଇଭର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ସମୟରେ ଏକ ଧଳା ରଙ୍ଗର କାର ଆସି ତାଙ୍କର କାର କଡରେ ଅଟକିଥିଲା। ସେହି କାରରୁ ଅପହରଣକର୍ତ୍ତା ମାନେ ଓହ୍ଲାଇ ବ୍ୟବସାୟୀ ନରେଶଙ୍କୁ ତାଙ୍କ ଗାଡି ମଧ୍ୟରୁ ବାହାରକୁ ଡାକିଥିଲେ। ନରେଶ ଗାଡିରୁ ବାହାରିବା ପରେ ଅପହରଣକର୍ତ୍ତା ମାନେ ସେମାନଙ୍କର ଗାଡିରେ ଜୋରଜବରଦସ୍ତି ତାଙ୍କୁ ପୁରାଇ ଅପହରଣ କରି ଝାରସୁଗୁଡା ପଟକୁ ଚାଲି ଯାଇଥିଲେ। ଏହି ଅପହରଣ ଘଟଣାଟି ଏତେ ଶିଘ୍ର ଘଟିଥିଲା ଯେ ଗାଡିର ଡ୍ରାଇଭର ଓ ନିର୍ମାଣ ଶ୍ରମିକମାନେ କିଛି ଜାଣି ପାରି ନ ଥିଲେ ଏବଂ ଡ୍ରାଇଭର କାର ନିକଟକୁ ଫେରିବା ପରେ ଯାଇ ଘଟଣା ବିଷୟରେ ଜାଣି ଅଗ୍ରୱାଲ ପରିବାରକୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ପରିବାର ବର୍ଗ ଶାସନ ଥାନାକୁ ପହଞ୍ଚି ଅପହରଣ ଅଭିଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories