www.samajalive.in
Friday, December 12, 2025
16.1 C
Bhubaneswar

ୟୁଡବ୍ଲୁଇଆଇ ଯୋଜନା: ଟିଟିଲାଗଡ ପୌରାଞ୍ଚଳରେ ୭୮ଟି ପ୍ରକଳ୍ପ ପାଇଁ ୯୪ ଲକ୍ଷ ଟଙ୍କା ମଞ୍ଜୁର, ମିଳିଲା ଚିତ୍ରକରଙ୍କୁ ନିଯୁକ୍ତି

ଟିଟିଲାଗଡ଼: ସମ୍ପ୍ରତି କରୋନା ମହାମାରି ସମୟରେ ସଟଡାଉନ, ଲକଡାଉନ ନେଇ ସହରାଞ୍ଚଳରେ ବେରୋଜଗାର ହାର ଦୃତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ବିଶେଷ କରି ବିଭିନ୍ନ ସାମାଜିକ କାର୍ଯ୍ୟ, ରାଜନୈତିକ ସଭାସମିତି ପ୍ରଭୃତି ସମାରୋହ ଗୁଡିକରେ ନିଜ କଳାକୃତି, ପ୍ରିଣ୍ଟିଂ ନେଇ ଦୁଇ ପଇସା ରୋଜଗାର କରୁଥିବା ଚିତ୍ରକର ବେକାର ହୋଇପଡ଼ିଛନ୍ତି। ସହରର ଶ୍ରମିକବର୍ଗଙ୍କ ହାତରେ କାମ ନାହିଁ। ଏପରିପ୍ରେକ୍ଷୀରେ କରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିଟିଏଟିଭ (ୟୁଡବ୍ଲୁଇଆଇ) ଯୋଜନାରେ କର୍ମସଂସ୍ଥାନ ଯୋଗାଇଦେବା ଲକ୍ଷ୍ୟ ରହିଛି। ଯୋଜନାରେ ଟିଟିଲାଗଡ ପୌରାଞ୍ଚଳରେ ୭୮ଟି ପ୍ରକଳ୍ପ କାର୍ଯ୍ୟାନ୍ୱିତ ହେବା ନେଇ ୯୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏନେଇ ଗତ ମାସ ୧୮ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଯୋଜନା କାର୍ଯ୍ୟକାରୀ କରିବା ନେଇ ସହରର ୨୮ଟି ମହିଳା ଗୋଷ୍ଠୀଙ୍କୁ ୧୪ ଲକ୍ଷ ୯୪ ହଜାର ୫୨୦ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମ୍ପ୍ରତି ସହରର ବିଭିନ୍ନ ସ୍ଥାନରେ ଯୋଜନା ନେଇ ଚିତ୍ରକରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ସହ ଡ୍ରେନ ମରାମତି, ସଫେଇ ଆଦି ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି। ସମ୍ପ୍ରତି ନୂତନ ଭାବରେ ନିଯୁକ୍ତ ଟିଟିଲାଗଡ ଉପଜିଲାପାଳ ତଥା ପୌର ନିର୍ବାହୀ ଅଧିକାରୀ କାର୍ଯ୍ୟ ଗୁଡିକର କ୍ରୀୟାନ୍ୱୟନ ତ୍ୱରାନ୍ୱିତ କଲେ ଶ୍ରମିକବର୍ଗ ଲାଭବାନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories