www.samajalive.in
Sunday, December 14, 2025
16.1 C
Bhubaneswar

୨୦୧୫ ଓ ୨୦୧୬ ପାଇଁ ୨୨ ଜଣ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୨୨ ଜଣ ସାହିତ୍ୟିକ ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ଏ ନେଇ ଆଜି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଉଭୟ ବର୍ଷ ପାଇଁ ୯ଟି ବର୍ଗରେ ୧୧ ଜଣ ଲେଖାଏଁ ସାହିତ୍ୟିକ ଏହି ପୁରସ୍କାରରେ ସମ୍ମାନିତ ହେବେ। କରୋନା ମହାମାରୀ ନିୟନ୍ତ୍ରଣ ହେବ ପରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଏକାଡେମୀ ଅଧ୍ୟକ୍ଷ ହରିହର ମିଶ୍ର କହିଛନ୍ତି।

୨୦୧୫ ମସିହା ପାଇଁ ଉପନ୍ୟାସ ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ରଗଳ୍ପ ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ‘ଗୋଧୂଳି ଗୀତ’ ପାଇଁ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ‘ମଞ୍ଚମୟ’ ପାଇଁ ସଂଜୟ ହାତୀ ଓ ‘ନାଟୁଆ ଓ ଅନ୍ୟାନ୍ୟ ନାଟକ’ ପାଇଁ ନବୀନ କୁମାର ପରିଡ଼ା, ପ୍ରବନ୍ଧ ଓ ସମାଲୋଚନା ‘ସାହିତ୍ୟ ସମାଲୋଚନା-ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ’ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଲୌହମାନଵ ସର୍ଦ୍ଦାର ପଟେଲ’ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ‘ତଥାପି କିଛି ରହିଯିବ’ ପାଇଁ ବିଜୟ ମହାନ୍ତି, ଶିଶୁ ସାହିତ୍ୟ ‘ଗଛଟିଏ ଗୀତଟିଏ’ ପାଇଁ ରବୀନ୍ଦ୍ର ବିଶ୍ୱାଳ ଏବଂ ଗୀତି କବିତା ‘ପ୍ରତି ପଲକରେ ତୁମେ’ ପାଇଁ ମନୋଜ ମହାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

- Advertisement -

୨୦୧୬ ପାଇଁ ଉପନ୍ୟାସ ‘ଅମ୍ବା’ ପାଇଁ ଡକ୍ଟର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପ ‘ରମାକୁ ମାରିବାର ପାଞ୍ଚଟି ଉପାୟ’ ପାଇଁ ଦେବଦାସ ଛୋଟରାୟ, କାବ୍ୟ କବିତା ‘ଫେରନ୍ତି ଘର’ ପାଇଁ ଭଗବାନ ଜୟସିଂହ, ନାଟକ ଓ ଏକାଙ୍କିକା ‘ଆତ୍ମଲିପି ଓ ଅନ୍ୟାନ୍ୟ’ ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନା ‘ଆଲୋଚନା ପ୍ରସଙ୍ଗ’ ପାଇଁ ପ୍ରସନ୍ନ କୁମାର ସ୍ୱାଇଁ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ପ୍ରଫେସର ନବୀନ କୁମାର ସାହୁ’ ପାଇଁ ସୁରେନ୍ଦ୍ର କୁମାର ମହାରଣା ଏବଂ ‘ ଚାଲିଛି…ଚାଲିବି ନ ପଡିବି ଥକି’ ପାଇଁ ପ୍ରଦୋଷ ପଟ୍ଟନାୟକ, ଅନୁବାଦ ‘ମେଘ ବାହନ’ ପାଇଁ ସାରଦା ରଥ, ଶିଶୁ ସାହିତ୍ୟ ‘ଚୁଇଁ ଚଢେଇ’ ପାଇଁ ଦେବେନ୍ଦ୍ର ଚୌଧୁରୀ ଏବଂ ଗୀତି କବିତା ‘ମିଶ୍ର ରାଗ’ ପାଇଁ ମିଶ୍ର ସତ୍ୟନାରାୟଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories