www.samajalive.in
Saturday, December 13, 2025
21.1 C
Bhubaneswar

ବଡ଼ମ୍ବାରେ କରୋନା ସ୍ଥିତି ସଙ୍ଗୀନ, ଗୋଟିଏ ଦିନରେ ୩୩ ପଜିଟିଭ ଚିହ୍ନଟ, ସପ୍ତାହନ୍ତକୁ ମିଶାଇ ୫ଦିନ ସଟ୍‌ଡାଉନ୍‌

ବଡ଼ମ୍ବା : ଦିନକୁଦିନ ବିଗିିଡ଼ିବାରେ ଲାଗିଛି କଟକ ଜିଲା ବଡ଼ମ୍ବା ବ୍ଲକର କରୋମଣ ସ୍ଥିତି। ଶୁକ୍ରବାର ଏକକାଳୀନ ୩୩ ଜଣ କୋଭିଡ-୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଢେକ ଏବଂ ସହଯୋଗୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକଙ୍କଠାରୁ ପ୍ରକାଶ। ସେମାନଙ୍କ ମଧ୍ୟରୁ ଜଣେ ସଙ୍ଗରୋଧ ଅନ୍ତେବାସୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜିଗଡ଼ ବଡ଼ମ୍ବା ସରପଞ୍ଚ ସୁଧାଂଶୁକିଶୋର ମହାନ୍ତି ତତ୍କାଳ ପଦକ୍ଷେପ ସ୍ୱରୁପ ବଡ଼ମ୍ବା ଟାଉନ ସହିତ ପଞ୍ଚାୟତକୁ ଶନିବାର ଓ ରବିବାର ସପ୍ତାହନ୍ତକୁ ମିଶାଇ ୫ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳ​‌େ​‌ରେ ଶନିବାରଠାରୁ ବୁଧବାର ରାତ୍ର ୧୦ଟା ପର୍ଯ୍ୟନ୍ତ ବଡ଼ମ୍ବା ଟାଉନ୍‌ ଓ ପଞ୍ଚାୟତ ସଟ୍‌ଡାଉନ ରହିବ ବୋଲି ତହସିଲଦାର ଅନୀଲକୁମାର ପଟ୍ଟନାୟକ କହିଛନ୍ତି।
ଗତ ପ୍ରାୟ ଦୁଇସପ୍ତାହକୁ ଦୃଷ୍ଟିଦେଲେ ଏବଂ ଆଜିର ଘଟଣାକୁ ଆକଳନ କଲେ ବଡ଼ମ୍ବାରେ କରୋନା ସଂକ୍ରମଣକୁ ନେଇ ସ୍ଥିତି ଏକପ୍ରକାର ସଙ୍ଗୀନ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଆଜି ପ୍ରକାଶିତ ସ୍ୱାବ୍ ପରୀକ୍ଷା ଫଳାଫଳରୁ ଯେଉଁ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବଡ଼ମ୍ବା ଟାଉନରୁ ସର୍ବାଧିକ ୧୩ଜଣ ହୋଇଥିବା ବେଳେ ମାଣିଆବନ୍ଧରୁ ୮ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ମାଣିଆବନ୍ଧ ସଂଲଗ୍ନ ସନ୍ତରାବାଳିରୁ ୪ଜଣ,ମହୁଲିଆରୁ ୧,ଖୁଣ୍ଟକଟାରୁ ୧(ସଙ୍ଗରୋଧ ଅନ୍ତେବାସୀ),କଙ୍କଡ଼ାଯୋଡ଼ିରୁ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ବଡ଼ମ୍ବା ପଶ୍ଚିମାଞ୍ଚଳ କଣ୍ଢାରୁ ୩ଜଣ ଏବଂ ଶଶାଙ୍ଗ ଗ୍ରାମରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ପ୍ରକାଶ। ଚିହ୍ନଟଙ୍କ ମଧ୍ୟରେ ୯ଜଣ କରୋନା ଆକ୍ରାନ୍ତ(ସିମ୍ପ୍ଟମାଟିକ)ଥିବା ବେଳେ ବାକି ଅନ୍ୟସମସ୍ତ ଲକ୍ଷଣଯୁକ୍ତ(ଏସିମ୍ପଟ ମାଟିକ)ଥିବା ଜଣାଯାଇଛି। ସେହିଭଳି ସଦ୍ୟ ଚିହ୍ନଟ ୩୩ ଜଣଙ୍କ ମଧ୍ୟରେ ୧୫ଜଣ ପୁରୁଷ ଏବଂ ୧୪ଜଣ ମହିଳା ହୋଇଥିବା ବେଳେ ୪ଜଣ ଦଶବର୍ଷରୁ କମ୍ ଶିଶୁ ରହିଥିବା ପ୍ରକାଶ। ସେହିଭଳି ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ କୋଭିଡ୍ ଯୋଦ୍ଧା ଅର୍ଥାତ୍ ଜଣେ ଆଶାକର୍ମୀ ଏବଂ ଅନ୍ୟଜଣେ ଅଙ୍ଗନବାଡ଼ି କର୍ମୀ ଥିବା ଜଣାଯାଇଛି। ସଦ୍ୟ ୩୩ ପଜିଟିଭ ଘଟଣାକୁ ମିଶାଇ ଆଜିସୁଦ୍ଧା ବଡ଼ମ୍ବା ବ୍ଲକରୁ ପ୍ରାୟ ୮୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୬ଜଣ ସଙ୍ଗରୋଧ କେନ୍ଦ୍ର(ଟିଏମସି)ରୁ ହୋଇଥିବା ବେଳେ ଅନ୍ୟସମସ୍ତ ସ୍ଥାନୀୟ ଅଞ୍ଚଳ ପ୍ରଭାବିତ। ତେବେ ଚିକିତ୍ସାପରେ ଏବେସୁଦ୍ଧା ପ୍ରାୟ ୨୦ଜଣ ସୁସ୍ଥହୋଇ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories