ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ଦିଲ୍ଲୀ ଏମ୍ସରେ ହୋଇଥିବା ଏହି ପରୀକ୍ଷାରେ ତାଙ୍କର ସ୍ବାବ ନେଗେଟିଭ୍ ଆସିଛି । ଗତ ସପ୍ତାହରେ କରୋନା ପୀଡ଼ିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ମନ୍ତ୍ରୀ ନିଜକୁ କ୍ବାରେଣ୍ଟାଇନରେ ରହିଥିଲେ ।
ନୀଳଗିରି ବ୍ଲକ ଛତ୍ରପୁର ଠାରେ କେଭିଆଇସି ତରଫରୁ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଉପସ୍ଥିତ ଥିଲେ। ପରବର୍ତୀ ସମୟରେ ନୀଳଗିରି ଵିଧାୟକ କରୋନା ପଜିଟିଭ ଜଣା ପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନିଜକୁ ଦିଲ୍ଲୀ ବାସଭବନରେ କ୍ବାରେନଣ୍ଟାଇନରେ ରଖିଥିଲେ ।
Comments are closed.