www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଦିଷ୍ଟ ମଇଦା କେକ

ଆବଶ୍ୟକ ସାମଗ୍ରୀ
ମଇଦା – ୪କପ
କ୍ଷୀର – ୨କପ
ବେକିଙ୍ଗ ପାଉଡ଼ର – ଅଳ୍ପ
କ୍ଷୀର ସର – ଆବଶ୍ୟକ ପରିମାଣରେ
ଅଣ୍ଡା – ୨ଟି
ଚିନିଗୁଣ୍ଡ – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ଆଲମଣ୍ଡ – ଅଳ୍ପ
ବଟର – ଆବଶ୍ୟକ ପରିମାଣରେ
ଚେରୀ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡ଼ର, ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଣ୍ଡାକୁ ଭଲ ଭାବେ ଫେଣ୍ଟି ପକାଇ ଗୋଳାନ୍ତୁ। ଅଣ୍ଡା ପକାଇବା ପରେ କ୍ଷୀର, କ୍ଷୀର ସର ଓ ଚିନି, ବଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଓଭାନର ପ୍ୟାନରେ ବଟର ଲଗାନ୍ତୁ ଓ କେକ ପାଇଁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପ୍ୟାନରେ ଢାଳନ୍ତୁ। ଏହି ମିଶ୍ରଣକୁ ବେକିଙ୍ଗ ପ୍ୟାନରେ ଢାଳିବା ପରେ ଏହା ଉପରେ କଟା କାଜୁ, ଆଲମଣ୍ଡ, ଚେରି କୁ ପକାଇ ଏହାକୁ ଓଭନରେ ୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଛୁରୀ ଦ୍ୱାରା ସୁନ୍ଦର ଭାବେ କାଟି ଦିଅନ୍ତୁ। ଏହା ପରେ ଖାଆନ୍ତୁ ସ୍ୱାଦିଷ୍ଟ କେକ।
( ଓଭନ ନଥିଲେ କୁକର ମଧ୍ୟରେ ଏକ ପାତ୍ର ରଖି କେକ ପାଇଁ ପ୍ରସ୍ତୁତ ମିଶ୍ରଣକୁ ସେହି ପାତ୍ରରେ ଢାଳି ମଧ୍ୟ ପ୍ରସ୍ତୁତ କରି ହେବ। କେକ ପ୍ରସ୍ତୁତ କରିବା ସମୟରେ କୁକର ର ସିଟି କାଢି ଦେବେ। କୁକରରେ ମଧ୍ୟ ୩୦ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଯିବ। )

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories