www.samajalive.in
Saturday, December 6, 2025
15.1 C
Bhubaneswar

ପାଟଣାରୁ ୨ ଓ ସାହାରପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଜଣ ପ୍ରବାସୀ ମହିଳା ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨ ତାରିଖରେ ସେମାନେ ବେଙ୍ଗାଲୁରୁରୁ ଫେରିବା ପରେ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ଥିଲେ। କରୋନା ପଜିଟିଭ ଚିହ୍ନଟ ୧୯ ଏବଂ ୨୦ ବର୍ଷୀୟା ଏହି ଦୁଇ ମହିଳାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାୟକ, ପିଏଚଇଓ ସରୋଜିନୀ ସେଠୀ ପ୍ରମୁଖ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜିଲା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଇଛନ୍ତି। ସେହିପରି ସାହାରପଡା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ୩୦ ବର୍ଷିୟ ବେଙ୍ଗାଲୁରୁ ଫେରନ୍ତା ଆଜି କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ମଧ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗତ ଜୁନ ମାସ ୨୬ ତାରିଖରୁ ସେ ସଙ୍ଗରୋଧରେ ଥିଲେ। ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିର୍ମଳ କୁମାର ମହାନ୍ତ, ବିପିଏମ ଧୀରେନ କୁମାର ମହାନ୍ତ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କୋଭିଡ ହସ୍ପିଟାଲକୁ ପଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories