www.samajalive.in
Friday, December 12, 2025
15.1 C
Bhubaneswar

ଲେଉଟିଲା ୨୨ବର୍ଷ ତଳର ନିଅଣ୍ଟିଆ ସ୍ଥିତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପାଇଁ କରୋନା ମହାମାରୀ ଏବେ ମହାସଙ୍କଟ ଭାବେ ଉଭା ହୋଇଛି। ଯାହାଫଳରେ ୨୨ବର୍ଷ ତଳର ବିତ୍ତୀୟ ନିଅଣ୍ଟ ସ୍ଥିତି ପୁଣିଥରେ ସରକାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କରୋନା ମହାମାରୀ ଯୋଗୁଁ ରାଜସ୍ବ ଆଦାୟ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁଁ ସରକାରୀ ରାଜକୋଷକୁ ପ୍ରାୟ ୧୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ କମ୍ ଆସିଛି। ଆଗାମୀ ଦିନରେ କରୋନା ମୁକାବିଲା ନେଇ ଅଧିକରୁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିକାଶମୂଳକ କାର୍ଯ୍ୟ ଆଗେଇନେବା ଲାଗି ଅର୍ଥ ବାଧକ ସାଜିଛି। କରୋନା ମୁକାବିଲା ଓ ବିକାଶ ସରକାରଙ୍କ ପାଇଁ ବଡ଼ ଆହ୍ବାନ ଭାବେ ଦେଖାଦେଇଛି।

ଆଗାମୀ ଦିନରେ ସମ୍ଭାବ୍ୟ ରାଜସ୍ବ ନିଅଣ୍ଟିଆ ପରିସ୍ଥିତି ସରକାରଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିବାକୁ ଯାଉଛି। ସରକାରୀ କର୍ମଚାରୀଙ୍କୁ କିଭଳି ଦରମା ଦିଆଯିବ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡିକ ସଫଳ ରୂପାୟନ ହୋଇପାରିବ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ନିକଟରେ ଉନ୍ନୟନ କମିସନର ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବଜେଟ କାଟ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଜୁନ୍ ୧୫ ତାରିଖରୁ ଏନେଇ ପ୍ରତିଦିନ ଲୋକସେବା ଭବନରେ ବିଭିନ୍ନ ବିଭାଗର ବ୍ୟୟ ଅଟକଳ ପୁନର୍ବାର ଆକଳନ କରାଯାଉଥିଲା। କ୍ରମାଗତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କେବଳ ସ୍ବାସ୍ଥ୍ୟବିଭାଗ ଭଳି କେତୋଟି ହାତଗଣତି ବିଭାଗକୁ ଛାଡ଼ି ଅନ୍ୟସବୁ ବିଭାଗର ବଜେଟରୁ ପ୍ରାୟ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚକାଟ୍‌ କରାଯାଇଛି। ଆର୍ଥିକ ସଙ୍କଟ ଟାଳିବା ପାଇଁ ସରକାରଙ୍କ ପକ୍ଷରୁ ଆଜି ଆର୍ଥିକ ମିତବ୍ୟୟିତା ଲାଗୁ ହୋଇଛି।
୧୯୯୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ଯେଉଁଭଳି ଭାବେ ଆର୍ଥିକ ନିଅଣ୍ଟିଆ ସ୍ଥିତି ଉପୁଜିଥିଲା ଏବଂ ବାରମ୍ବାର ଓଭରଡ୍ରାଫ୍ଟ ହେଉଥିଲା ଅନୁରୂପ ପରିସ୍ଥିତି ସରକାର ଏବେ ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ନବୀନ ସରକାର ଶାସନ ଗାଦିକୁ ଆସିବା ବେଳେ ଏଭଳି ଏକ ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଖାଦ୍ୟ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ପାଖରେ ହାତ ପାତିବାକୁ ପଡ଼ୁଥିଲା। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ବିକାଶମୂଳକ ଯୋଜନା ହାତକୁ ନେଇଥିଲେ। ଯାହାଫଳରେ ୨୦୧୫ ବେଳକୁ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ସାରା ଦେଶରେ ପରିଗଣିତ ହୋଇଥିଲା। ଏମିତିକି ୨୦୧୮ ଭିତରେ ଓଡ଼ିଶାକୁ ୪ଥର କୃଷିକର୍ମଣ ପୁରସ୍କାର ମଧ୍ୟ ମିଳିଥିଲା। ବିକାଶ ପଥରେ ଓଡ଼ିଶା ଅଗ୍ରସର ହେବା ବେଳକୁ କରୋନା ମହାମାରୀ ଏବେ ସବୁ ଧରାଶାୟୀ କରିଦେବାକୁ ବସିଛି। ଅନ୍ୟପକ୍ଷରେ ରାଜ୍ୟକୁ ୧୦ଲକ୍ଷ ପ୍ରବାସୀ ସରକାରଙ୍କ ପାଇଁ ବୋଝ ପାଲଟିଛନ୍ତି। ଆଗାମୀ ଦିନରେ କିଭଳି ସରକାର ଏହି ମହାସଙ୍କଟରୁ ମୁକୁଳିବେ ଏବଂ ସ୍ଥିତିରେ ଭାରସାମ୍ୟ ଆଣିବେ ତାକୁ ନେଇ ବିଭିନ୍ନ ବିଭାଗର କାଣ୍ଟଛାଣ୍ଟ ଆରମ୍ଭ ହୋଇଛି। ଏହାବାଦ୍ ଅର୍ଥ ବିଭାଗ ପକ୍ଷରୁ ଆଜି ନୂତନ ନିଯୁକ୍ତି, ବିଦେଶ ଭ୍ରମଣ, ନୂତନ ଘର ନିର୍ମାଣ ସହିତ ନୂଆ ବିକାଶ ଯୋଜନା ଉପରେ ରୋକ୍ ଲଗାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories