www.samajalive.in
Thursday, December 11, 2025
18.1 C
Bhubaneswar

ଜୁଲାଇ ୧୦ ମଧ୍ୟରାତ୍ରି ଯାଏଁ କଟକ ସଟଡାଉନ

କଟକ ସହରାଞ୍ଚଳରେ ସଟଡାଉନ ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି। ଆସନ୍ତା ଜୁଲାଇ ୧୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତ୍ତର ରହିବ ବୋଲି କଟକ ମୁନିସିପାଲ କର୍ପୋରେସନ, ସିଏମସି ପକ୍ଷରୁ ସୂଚନା ମିଳିଛି। କଟକ ସହରରେ ଥିବା ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନରୁ କରୋନା ସଂକ୍ରମିତ ଚିହ୍ନଟ ହେବା ଓ ମୁନିସିପାଲ ଅଂଚଳର ଏକାଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ସ୍ଥିତି ଅନୁଧ୍ୟାନ କରାଯାଇ ସଟ ଡାଉନ ଅବଧିକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗତ ୪ରେ ଜୁଲାଇ ୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟ ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

- Advertisement -

ଆଜି କଟକ ଜିଲ୍ଲାରେ ନୂଆ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ କଟକ ସହରର ହୋଇଥିବା ବେଳେ ଟାଙ୍ଗୀରୁ ୧, ସଦରରୁ ୧, ବାଙ୍କୀରୁ ୧୨, ବଡ଼ମ୍ବାରୁ ୫ , ନରସିଂହପୁରରୁ ୨, ନିଆଳିରୁ ୨ ଏବଂ ସାଲେପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚି ଥିବା ବେଳେ ୫୪୪ ଜଣ ସୁସ୍ଥ ହୋଇଛନ୍ତି। ୩୦୩ ଜଣ ବିଭିନ୍ନ କୋଭିଡ ସ୍ୱତନ୍ତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଓ ଇତି ମଧରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories