www.samajalive.in
Thursday, December 11, 2025
18.1 C
Bhubaneswar

ବାଙ୍କୀ ବ୍ଲକର ୩ ପଞ୍ଚାୟତ ୭୨ ଘଣ୍ଟା ସଟ୍‌ଡାଉନ୍‌

କଳାପଥର(ବାଙ୍କୀ):ବାଙ୍କୀ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର, ବଳଭଦ୍ରପୁର ଏବଂ କେନ୍ଦୁପଲ୍ଲୀ ପଞ୍ଚାୟତରେ ଏକାଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହେବାପରେ ସଂପୃକ୍ତ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ୭୨ ଘଣ୍ଟିଆ ସଟ୍ଡାଉନ ଘୋଷଣା କରିଛନ୍ତି। ଏହି ମର୍ମରେ ବାଙ୍କୀ ତହସିଲଦାର ଜନସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍ ଜାରି କରିବା ସହିତ ମାଇକ ପ୍ରଚାର କରିଥିଲେ। ଏହି ତିନି ପଞ୍ଚାୟତର ଲୋକମାନେ ଘରୁ ବାହାରକୁ ନବାହାରିବା ସହ ଅନ୍ୟ ପଞ୍ଚାୟତକୁ ନଯିବାକୁ ନିର୍ଦେଶ ଦିଆଯାଇଛି। ଗତକାଲି କେନ୍ଦୁପଲ୍ଲୀ ପଞ୍ଚାୟତ ଅଧିନସ୍ଥ ନୁଆସାହି ଗ୍ରାମରୁ ଜଣେ, ସୁନ୍ଦରିସାହିରି ଜଣେ ଏବଂ ଜଗନ୍ନାଥପୁର ପଞ୍ଚାୟତ ହରିଜନ ସାହରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ପଞ୍ଚାୟତକୁ ସହିତ ବଳଭଦ୍ରପୁର ପଞ୍ଚାୟତ ନିକଟରେ ରହିଥିବାରୁ ୩ଟି ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି ବୋଲି ସରପଞ୍ଚ ଘୋଷଣା କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories