www.samajalive.in
Friday, December 12, 2025
15.1 C
Bhubaneswar

ଜୁଲାଇ ୯ରୁ ଗଞ୍ଜାମ ଜିଲାର ସହରାଞ୍ଚଳ ସଟ୍‌ଡାଉନ୍‌

ଭୁବନେଶ୍ବର: ଗଞ୍ଜାମ ଜିଲାର ସହରାଞ୍ଚଳକୁ ଜୁଲାଇ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲାର ସମସ୍ତ ସହରାଞ୍ଚଳ ସଟ୍‌ଡାଉନ୍‌ ରହିବ। ଏହି ଜିଲାର ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲିଟି ଏବଂ ସମସ୍ତ ଏନ୍‌ଏସି ଅଞ୍ଚଳ ସଟ୍‌ଡାଉନ୍‌ କରାଯିବ। ସମସ୍ତ ସହରାଞ୍ଚଳ ସହିତ ୫ଟି ବ୍ଲକ ଯଥା ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ଧରାକୋଟ, ପାତ୍ରପୁର ଓ ଶେରଗଡ଼ ବ୍ଲକର ମୁଖ୍ୟାଳୟଗୁଡ଼ିକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସଟ୍‌ଡାଉନ୍‌ ସମୟରେ କରୋନା ଲକ୍ଷଣ ଚିହ୍ନଟ ପାଇଁ  ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ। ସର୍ଭେ ସମୟରେ ଗଞ୍ଜାମ ଜିଲାର ବ୍ରହ୍ମପୁର ସହର ପାଇଁ ୧୦୦ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୦୦ଟିମ୍‌ ନିୟୋଜିତ ହେବେ। ତେବେ ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, କୃଷି ଓ ସ୍ବାସ୍ଥ୍ୟସେବା ଚାଲୁରହିବ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories