www.samajalive.in
Wednesday, December 10, 2025
23.1 C
Bhubaneswar

ଚୀନରେ ବ୍ୟାପୁଛି ପ୍ଲେଗ ସଂକ୍ରମଣ

ବେଜିଂ: କରୋନା ଭୂତାଣୁର ଜନ୍ମ ସ୍ଥାନ କୁହାଯାଉଥିବା ଚୀନରୁ ଆଉ ଏକ ମାରାତ୍ମକ ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱରେ ପୂର୍ବରୁ ତିନି ଥର ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ସୃଷ୍ଟିକାରୀ ଏହି ଭୂତାଣୁ ଦ୍ବାରା ଏବେ ଚୀନରେ କିଛି ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରବିବାର ଜଣେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରେ ବାୟାନ ନୁରୀ ସହରର ସ୍ବାସ୍ଥ୍ୟ କମିଟି ପକ୍ଷରୁ ତ୍ରିସ୍ତରୀୟ ସତର୍କ ସୂଚନା ଜାରି କରାଯାଇଛି। ଜଙ୍ଗଲି ମୂଷା ଏହି ରୋଗ ସୃଷ୍ଟିକାରୀ ଭୂତାଣୁ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିୟମର ବାହକ। ଏଣୁ ଏହି ମୂଷା ଶୀକାର କରିବା ଅଥବା ତାହାକୁ ଖାଇବା ଉପରେ କଟକଣା ଲାଗୁ କରାଯାଇଛି। ଏପରିକି କୌଣସି ସ୍ପଷ୍ଟ କାରଣ ନ ଥାଇ ଜ୍ବର ଆସିବା ଭଳି କେତେକ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି।
ସାଧାରଣତଃ କଳା ମୃତ୍ୟୁ ଭାବେ ଜଣାଶୁଣା ବ୍ୟୁବୋନିକ୍ ପ୍ଲେଗ୍ ପୂର୍ବରୁ ୩ ଥର ବିଶ୍ୱକୁ ପ୍ରଭାବିତ କରିଥିଲା। ଏଥିଯୋଗୁ ପ୍ରଥମ ଥର ୫ କୋଟି, ଦ୍ୱିତୀୟ ଥର ୨ କୋଟି ଓ ତୃତୀୟ ଥର ୮୦ ହଜାର ଲୋକ ପ୍ରାଣ ହରାଇଥିଲେ । ୧୯୭୦ରୁ ୧୯୮୦ ମଧ୍ୟରେ ଏହି ରୋଗ ଭାରତ, ଚୀନ, ରୁଷ, ଆଫ୍ରିକା ଏବଂ ଲାଟିନ ଆମେରିକାରେ ଦେଖାଯାଇଥିଲା। ୨୦୧୦ରୁ ୨୦୧୫ ମଧ୍ୟରେ ଏହି ରୋଗର ୩୨୪୮ଟି ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ୫୮୪ଜଣ ପ୍ରାଣ ହରାଇଛନ୍ତି। ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିୟମ ନାମକ ଏହି ଭୂତାଣୁ ଶରୀରର ରକ୍ତ କୋଷ, ରକ୍ତ ଓ ହୃତପିଣ୍ଡକୁ ପ୍ରଭାବିତ କରିଥାଏ। ଶରୀରରେ ଯନ୍ତ୍ରଣା ହେବା ସହିତ ପ୍ରବଳ ଜ୍ୱର ଆସେ। ସଂକ୍ରମିତ ମୂଷା ଶିକାର କରିବା ବା ଖାଇବାର ଦୁଇ ବା ତିନି ସପ୍ତାହ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories