www.samajalive.in
Saturday, December 13, 2025
18.1 C
Bhubaneswar

ଓଡ଼ିଶା ଔଷଧ ନିଗମର ଆଉ ଏକ ଦୁର୍ନୀତିର ପର୍ଦାଫାସ କଲା କଂଗ୍ରେସ, ଆଶାକର୍ମୀ ମାନଙ୍କ ପାଇଁ ମୋବାଇଲ କିଣାରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର :  କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଥିଲା। ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍‍ କୋଭିଡ୍‍ ଟେଷ୍ଠିଂ ମେସିନ, ନେବୁଲାଜର ଇତ୍ୟାଦି କିଣାରେ ଦୁର୍ନୀତି ଗୁଡ଼ିକ ପର୍ଦାଫାସ କଲାପରେ ଆଜି  ଓଡ଼ିଶା ଔଷଧ ନିଗମର ଆଉ ଏକ ଦୁର୍ନୀତିର ପର୍ଦାଫାସ  କରିଛି କଂଗ୍ରେସ। ଏହା ହେଉଛି ମୋବାଇଲ କିଣାରେ ଦୁର୍ନୀତି। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରର ତୃଣମୂଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କପାଇଁ, ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ମୋବାଇଲ ଫୋନ୍‍ କିଣାଯିବା ପାଇଁ ,ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟକୁ ଯୋଗାଇ ଅର୍ଥରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି।

ସ୍ୱାସ୍ଥ୍ୟ କ୍ଷେତ୍ରର ତୃଣମୂଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କପାଇଁ, ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ମୋବାଇଲ ଫୋନ୍‍ କିଣାଯିବା ପାଇଁ ,ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟ କୁ ଅର୍ଥ ଯୋଗାଇ ଦିଆଯାଇଛି। ଏହି ଅର୍ଥ ଦ୍ୱାରା ୧୦,୯୨୫ ଟି ସ୍ମାର୍ଟ ଫୋନ୍‍ କିଣାଯାଇ ଆଶାକର୍ମୀ ମାନଙ୍କୁ ହସ୍ତାନ୍ତର କରିବାର ଯୋଜନା ହୋଇଛି। ଏହି ପରିପେକ୍ଷିରେ ରାଜ୍ୟ ସରକାରଙ୍କ ଏହି ବିଭାଗ ଓଡିଶା ବଜାରରୁ କ୍ରୟ ନକରି ବଜାରରେ ଉପଲବ୍ଧ ଥିବା ମୂଲ୍ୟଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ, ହରିଆଣାର ଗୁଡୁଗାଓଁ , ଏକ ନିର୍ଦ୍ଦିଷ୍ଟ ଡିଲରଠାରୁ କିଣିଥିଲେ।

- Advertisement -

ଦିର୍ଘ ୨୦୧୭ ମସିହା ଠାରୁ ଏହି ଡିଲର ଦ୍ୱାରା ରାଜ୍ୟ ସରକାର ବାରମ୍ବାର ଇଲେକ୍‍ଟ୍ରୋନିକ୍‍ ସାମଗ୍ରୀ କ୍ରୟ କରି ଆସୁଛି। ଏହା ବ୍ୟତିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ଗାଇଡ୍‍ଲାଇନ କୁ ଅଣଦେଖା କରାଯିବା ପରିଲକ୍ଷିତ ହେଉଛି।

ରାଜ୍ୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକଙ୍କ ଦ୍ୱାରା ସରକାରଙ୍କ ଇ-ମାର୍କେଟ୍‍ ପ୍ଲସ୍‍ ପୋଟାଲରେ, ୧୦୯୨୫ ସ୍ମାର୍ଟ ଫୋନ୍‍ କିଣାଯିବା ପାଇଁ ଟେଣ୍ଡର ଆବେଦନ କରାଯାଇଥିଲା। କେନ୍ଦ୍ରସରକାରଙ୍କ ଗାଇଡ୍‍ଲାଇନ୍‍ କୁ ବିଭ୍ରାଟ କରି ସାମସଙ୍ଗ କମ୍ପାନୀ କୁ ସୁହାଇଲା ଭଳି ବିସ୍ତୃତ ବିବରଣକୁ ଉଲଙ୍ଘନ କରାଯାଇଛି। ଏହି ବିଭାଗର ବୈଷୟିକ ଅଧିକାରୀ ମାନେ ସେହି ନିଦ୍ଦିଷ୍ଟ ଡିଲର କୁ କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଇଚ୍ଛୁକ, ଭଳି ପରିଦର୍ଶିତ ହେଉଛି। ସାମସଙ୍ଗ ଗାଲାକ୍ସିୃ ଏ୧୦ଏସ୍‍ ମଡେଲ ଅନ୍‍ଲାଇନ୍‍ ରେ ୮୯୦୦ ଟଙ୍କାରେ ଉପଲବ୍ଧ ଥିବା ବେଳେ ଏହାକୁ ୧୦୯୫୦ ଟଙ୍କା ସିଡ୍ୟୁଲ୍‍ ମୂଲ୍ୟ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଗାଇଡ୍‍ଲାଇନ୍‍ ଅନୁଯାୟୀ ୫” ରୁ ୫.୫” କୁ ୬.୨” ରେ ପରିବର୍ତନ କରାଯାଇଥିବା ବେଳେ, ୧୬ଜିବି ରମ୍‍ କୁ ୩୨ଜିବି ରମ୍‍ ରେ ଓ ୩୩୦୦ ଏମ୍‍ଏଚ୍‍ ବ୍ୟାଟେରୀକୁ ୪୦୦୦ଏମ୍‍ଏଚ୍‍ ବ୍ୟାଟେରୀକୁ ବଦଳା ଯାଇଛି. ଯାହାଦ୍ୱାରା ସାମସଙ୍ଗ ଗାଲାକ୍ସି ଏ୧୦ଏସ୍‍ ମଡେଲର ସମକକ୍ଷ। ଏଠାରେ ପ୍ରଶ୍ନ ଉଠୁଛି ତୃଣମୁଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ଏତେ ଅଧିକ ବିବରଣ ଫୋନ୍‍ ଦେବାରେ ଯଥାର୍ଥ ଅଛି କି ?

ସାମସଙ୍ଗର ଓଡିଶା ରାଜ୍ୟସାରା କମ୍ପାନୀର ନେଟସ୍ୱାର୍କ ଓ ବିକ୍ରୟକେନ୍ଦ୍ର ଉପଲବ୍ଧ ଅଛି, ଆଉ ସାମସଙ୍ଗ ର ଏହି ମଡେଲଟି ମଧ୍ୟ ଓଡିଶା ବଜାରରେ ଉପଲବ୍ଧ ଅଛି। ଏହା ସତ୍ୱେ ଏହି ସାମଗ୍ରୀକୁ ହରିଆଣାର ଏକ ନିଦ୍ଦିଷ୍ଟ ଡିଲର ଦ୍ୱାରା ସପ୍ଲାଇ କରାଯିବା ସନ୍ଦେହ ଘେର ମଧ୍ୟରେ ରହିଛି। ବିଶେଷ ସୁତ୍ରରେ ପ୍ରାପ୍ତ ହୋଇଥିବା ଖବର ଅନୁଯାୟୀ , ଅନଲାଇନ୍‍ ବଜାରରେ ମିଳୁଥିବା ଦାମ୍‍ ଅପେକ୍ଷା ଏହାକୁ ଅଧିକ ଦରରେ କିଣିବାର ଯୋଜନା ହୋଇଛି। ଯେେତେବେଳେ ସରକାର ନିଜେ କମ୍ପାନୀ ମାନଙ୍କୁ ସିଧାସଳଖ ଟେଣ୍ଡର ଜରିଆରେ ସାମଗ୍ରୀ କ୍ରୟକରିବା ପାଇଁ ଆହ୍ୱାନ କରନ୍ତି, ସେତେବେଳେ ଏହାର ମୁଲ୍ୟ ବଜାର ମୁଲ୍ୟଠାରୁ ଯଥେଷ୍ଟ କମ୍‍ହୁଏ, କାରଣ ସରକାରଙ୍କ ଦ୍ୱାରା ଏକ ମୋଟା ସଂଖ୍ୟାନ ସାମଗ୍ରୀ ଅର୍ଡର ଦିଆଯାଇଥାଏ। ଯାହାକି କୋଟି କୋଟି ଟଙ୍କା ହୋଇଥାଏ।

ଏହି ସାମଗ୍ରୀ ଗୁଡିକ ହରିଆଣାର ଡିଲରଠୁ କିଣା ଯିବା ହେତୁ ରାଜ୍ୟ ରାଜକୋଷକୁ ଆନୁମାନିକ ୪ କୋଟି ଟଙ୍କା କ୍ଷତି ହୋଇଛି। କଂଗ୍ରେସ ଏହା ଉପରେ ସରକାରଙ୍କ ପାଖରୁ ସ୍ପଷ୍ଟିକରଣ ମାଗିବା ସହିତ ଏହାର ବିଧିବଦ୍ଧ ତଦନ୍ତକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରୁଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାନନ୍ କାନୁନଗୋ, ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ ଓ ମନୋରଞ୍ଜନ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories