www.samajalive.in
Sunday, December 14, 2025
26.1 C
Bhubaneswar

ଜୁଲାଇ୨୧ରୁ ଅମରନାଥ ଯାତ୍ରା ଆରମ୍ଭ ପାଇଁ ପ୍ରସ୍ତାବିତ , ସମସ୍ତ ଯାତ୍ରୀଙ୍କର ହେବ କୋଭିଡ଼ ଟେଷ୍ଟ

ଶ୍ରୀନଗର : ବାବା ଅମରନାଥଙ୍କ ପ୍ରସିଦ୍ଧ ଦିବ୍ୟ ଆଳତୀ ଆରମ୍ଭ ହୋଇଛି। ଜୁଲାଇ ୫ ରୁ ଅଗଷ୍ଟ ୩ ତାରିଖ ଯାଏଁ ସକାଳ ଓ ସନ୍ଧ୍ୟା ଆଳତୀ ପ୍ରତ୍ୟେକ ଦିନ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ। ଏହାସହ ଚଳିତ ବର୍ଷ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା। ଆସନ୍ତା ୨୧ ତାରିଖଠାରୁ ଦେଶର ଏହି ପ୍ରସିଦ୍ଧ ଶୈବପୀଠକୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ହୋଇଛି। ବରିଷ୍ଠ ସରକାରୀ ଅଧିକାରୀମାନେ ଯାତ୍ରାକୁ ନେଇ ବିଚାର କରୁଛନ୍ତି ବୋଲି ଜଣାପଡ଼ିଛି।
ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କର ପ୍ରଥମେ କରୋନା ପରୀକ୍ଷା କରିବ।ଯେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ରିପୋର୍ଟ ନେଗେଟିଭ ଆସିନାହିଁ, ସେଯାଏଁ ତାଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡ଼ିବ। ଜମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ବି.ଭି.ଆର ସୁବ୍ରମଣ୍ୟମ ଯାତ୍ରାର ଆୟୋଜନ ତଦାରଖ କରୁଛନ୍ତି। ସେ କହିଛନ୍ତି ପୂର୍ବରୁ ଯେଉଁ ଶିବିର ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟବହାର କରାଯାଉଥିଲା ବର୍ତମାନ ତାହା କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅନ୍ୟ ସମସ୍ତ ନିୟମ ମଧ୍ୟ ପାଳନ କରାଯିବ।
ନୂତନ ବ୍ୟବସ୍ଥା ଅନୁଯାୟୀ, ନିୟମିତ ଜମ୍ମୁର ସଡ଼କ ମାର୍ଗରୁ କେବଳ ୫୦୦ଶହ ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ। ଶ୍ରଦ୍ଧାଳୁ ଆସିବାକୁ ଥିବା ମାର୍ଗରେ ନିୟୋଜିତ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ପିପିଇ କିଟ, ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories