www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରାବଣର ସୋମବାର ; ପ୍ରଭୁଙ୍କ ଏହି ସ୍ୱରୂପକୁ କରନ୍ତୁ ପୂଜାର୍ଚ୍ଚନା ପ୍ରାପ୍ତି ହେବ ଅଶେଷ କୃପା

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଶଙ୍କରଙ୍କ ଏହି ୩ଟି ସ୍ୱରୂପକୁ ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ବହୁ ମଙ୍ଗଳ ହୋଇଥାଏ। ପ୍ରଭୁ ଭୋଳାଶଙ୍କର ତ୍ରିନେତ୍ର ଧାରୀ ଅଟନ୍ତି। ଏହି ୩ଟି ସ୍ୱରୂପର ପୂଜା ନିମନ୍ତେ ସଂପୂର୍ଣ୍ଣ ଶ୍ରାବଣ ମାସର  ବିଶେଷତ୍ୱ ରହିଛି।
ନୀଳକଣ୍ଠ – ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଗ୍ରହ ମାନଙ୍କର ନିୟନ୍ତ୍ରଣ ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ସଂପୂର୍ଣ୍ଣ ଜୀବଜଗତ ମାନଙ୍କ ରକ୍ଷା ନିମନ୍ତେ ପାନ କରିଥିଲେ। ଏହି ବିଷକୁ ସେ ନିଜ କଣ୍ଠରେ ହିଁ ରଖି ଦେଇଥିଲେ , ଯାହା ଫଳରେ ତାଙ୍କ ନାମ ନୀଳକଣ୍ଠ ହୋଇଛି। ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଶତ୍ରୁବାଧା, ଗୁଣିଗାରେଡ଼ି ଆଦି ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ। ଏହି ଶ୍ରାବଣ ମାସରେ ପ୍ରଭୁଙ୍କ ଲିଙ୍ଗରେ ଆଖୁର ରସ ଅର୍ପଣ କଲେ ବହୁ ଶୁଭଫଳ ମିଳିଥାଏ। ଏହା ପରେ ‘ଓଁ ନୀଳକଣ୍ଠାୟ ନମଃ’ର ମନ୍ତ୍ରର ଜପ କରିବା ଦ୍ୱାରା ଗ୍ରହ ମାନଙ୍କର ସମସ୍ତ ବାଧା ଦୂର ହୋଇଯାଇଥାଏ।
ନଟରାଜ – ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଜ୍ଞାନ, ବୁଦ୍ଧି, ସଂଙ୍ଗୀତ , ନୃତ୍ୟ ଆଦି କଳାରେ ଉନ୍ନତି ଘଟିଥାଏ। ଭଗବାନ ଭୋଳା ଶଙ୍କର ହିଁ ସଂସାରରେ ସମସ୍ତ ନୃତ୍ୟ, ସଂଙ୍ଗୀତ ଆଦିର ଆବିଷ୍କାର କରିଥିଲେ। ଯାହାକୁ ଶିଖିବା ସମୟରେ ଏହାର ସୁପ୍ରଭାବ ଆମ ଶରୀରରେ ପଡ଼ିଥାଏ। ଜୀବନରେ ସୁଖଶାନ୍ତି ତଥା ଆନନ୍ଦର ଅନୁଭବ ନିମନ୍ତେ ଏହି ସ୍ୱରୂପକୁ ପୂଜା କରାଯାଇଥାଏ।
ମହାମୃତ୍ୟଞ୍ଜୟ – ଏହି ସ୍ୱରୂପକଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ପ୍ରଭୁ ଏହି ସ୍ୱରୂପରେ ଅମର କଳସି ଧରି ଭକ୍ତଙ୍କର ରକ୍ଷା କରିଥାଆନ୍ତି। ଏହି ସ୍ୱରୂପର ଉପାସନା କରି ଅକାଳ ମୃତ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ମନୋସ୍କାମନା ପୂରଣ ହୋଇଥାଏ। ପୂଜା ସମୟରେ ବେଲ ପତ୍ର ତଥା ଜଳ ଅର୍ପଣ କଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories