www.samajalive.in
Monday, December 8, 2025
13.1 C
Bhubaneswar

ଆଜି ଶ୍ରାବଣର ୨ୟ ସୋମବାର ; ଅର୍ପଣ କରନ୍ତୁ ପ୍ରଭୁଙ୍କୁ ବେଲପତ୍ର ମିଳିବ ଅଶେଷ କୃପା

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ ଦେଇଥାଆନ୍ତି।
ବେଲ ଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି। ତିନିଟି ପତ୍ର ବିଶିଷ୍ଟ ବେଲପତ୍ରକୁ ତ୍ରିଦେବଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇଦେଇଥିଲେ। ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡ଼ିଥିଲା। ସେଥିରୁ ହିଁ ବେଲ ଗଛ ଉତ୍ପନ ହୋଇଛି ବୋଲି କୁହାଯାଏ। ଏହି ବେଲ ବୃକ୍ଷ ଅଧିକାଂଶ କେବଳ ମନ୍ଦିର ନିକଟରେ ହିଁ ଥାଏ।
ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି, ଘରର ବଗିଚାରେ ବେଲ ବୃକ୍ଷ ଲଗାଇବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ସ୍ଥାନରେ ଏହି ବୃକ୍ଷ ରହିଥାଏ, ତାହା କାଶୀ ତୀର୍ଥ ଭଳି ପବିତ୍ର ଓ ପୂଜନୀୟସ୍ଥଳ। ଏହାର ପ୍ରଭାବରେ ଘରର ସଦସ୍ୟଙ୍କ ଉପରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଭାବ ରହିଥାଏ। ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏହା ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ। ଏହି ବୃକ୍ଷର ପ୍ରଭାବରେ କୌଣସି କ୍ଷତିକାରକ ଜୀବଜନ୍ତୁ ରୁହନ୍ତି ନାହିଁ।
ବେଲ ପତ୍ର ତୋଳିବା ସମୟରେ କିଛି ସ୍ୱତନ୍ତ୍ର ନିୟମ ପ୍ରତି ଧ୍ୟାନ ରଖିବା ସହ ପ୍ରଭୁ ଭୋଳାଶଙ୍କରଙ୍କୁ ଅର୍ପଣ କରିବା ଶ୍ରେଷ୍ଠ ବୋଲି କୁହାଯାଏ। ଶୁଖିଯାଇଥିବା ଓ ଛିଣ୍ଡିଥିବା ବେଲ ପତ୍ର ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories