www.samajalive.in
Sunday, December 14, 2025
19.1 C
Bhubaneswar

ଯାଜପୁର ଧର୍ମଶାଳାରେ ବୀଭତ୍ସ ହତ୍ୟାକାଣ୍ଡ : ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ମାଆ ମୃତ, ବାପା ଓ ଝିଅ ଗୁରୁତର

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତ୍ରିରେ  ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୩ ଜଣଙ୍କୁ ମରାଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗତୀରଣ ଗ୍ରାମରେ ରହୁଥିବା ଅନନ୍ତ କୁମାରୀ ବାଳିକା ହାଇସ୍କୁଲର ଶିକ୍ଷୟତ୍ରୀ ତରୁଲତା ବିଶ୍ବାଳ, ତାଙ୍କ ସ୍ବାମୀ ନିତ୍ୟାନନ୍ଦ ଓ ଝିଅ ଶୁଭଶ୍ରୀ ଘରେ ଖାଇସାରି ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ କେହି ଦୁର୍ବୃତ୍ତ ଉକ୍ତ ପରିବାର ଉପରେ ଆକ୍ରମଣ କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକ ଶିକ୍ଷୟତ୍ରୀ ତରୁଲତାଙ୍କୁ ଘର ବାହାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଓ ଝିଅ ମଧ୍ୟ ଆହତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ପୁଲିସକୁ ଏନେଇ ଖବର ଦେବା ସହ ଆହତ ବାପ, ଝିଅଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ମେଡିକାଲକୁ ପଠା ଯାଇଥିଲା।  ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ଘଟଣାର ପ୍ରକୃତ କାରଣ କ’ଣ ଓ ଆକ୍ରମଣକାରୀ କିଏ ହୋଇ ଥାଇ ପାରନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣା ସେହି ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories