www.samajalive.in
Friday, December 12, 2025
23.1 C
Bhubaneswar

କୃଷିକୁ ପ୍ରାଧାନ୍ୟ, ସ୍ଥାପନ ହେବ ୧୦ହଜାର କୃଷକ ଉତ୍ପାଦକ ସଂସ୍ଥା

ଗ୍ରାମାଞ୍ଚଳରେ ଆଉ ଅଧିକ୧୦ହଜାର ନୂତନ କୃଷକ ଉତ୍ପାଦକ ସଂସ୍ଥା (ଏଫ୍‍.ପି.ଓ) ସ୍ଥାପନ କରାଯିବ। ଦେଶର ୮୬ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଏହି ଏଫ୍‍.ପି.ଓ. ମାଧ୍ୟମରେ ହିଁ ସେମାନେ ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଦୃଢ଼ କରିପାରିବେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଏହି ଏଫ୍‍.ପି.ଓ.ଗୁଡ଼ିକ କେବଳ କୃଷିକ୍ଷେତ୍ର ନୁହେଁ, ବରଂ ଦେଶର ସାମୂହିକ ବିକାଶ ଦିଗରେ ସହାୟକ ହୋଇପାରିବ। ଗତକାଲି ଲଘୁ ଉଦ୍ୟୋଗ ଭାରତୀ ଏବଂ ସହକାର ଭାରତୀକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେଇ କୃଷିମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଦେଶର ଉତ୍ତର-ପୂର୍ବାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ହେବାକୁ ଥିବା ଏଫ୍‍.ପି.ଓ.ଗୁଡ଼ିକ ୧୦୦ ଜଣ ସଦସ୍ୟ ଏବଂ ଅନ୍ୟାନ୍ୟ ସ୍ଥାନରେ ୩୦୦ ସଦସ୍ୟଙ୍କୁ ନେଇ କାର୍ଯ୍ୟ କରିବ। ଆସନ୍ତା ୫ବର୍ଷ ଲାଗି ଏହି ଏଫ୍‍.ପି.ଓ.ଗୁଡ଼ିକୁ ବୃତ୍ତିଗତ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଦେଶର ଆକାଂକ୍ଷା ଜିଲ୍ଲାରେ ୧୫ ପ୍ରତିଶତ ଏଫ୍‍.ପି.ଓ. ପ୍ରତିଷ୍ଠା କରାଯିବ। ପ୍ରତି ଏଫ୍‍.ପି.ଓ.କୁ ୨କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ବୋଲି ତୋମାର କହିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories