www.samajalive.in
Friday, December 12, 2025
16.1 C
Bhubaneswar

ବାତିଲ ହୋଇପାରେ ଜିନ୍‌ପିଙ୍ଗ୍‌ଙ୍କ ଜାପାନ ଗସ୍ତ

ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଶାସକ ‘ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି’ର ବିରୋଧ ପ୍ରବଳ ଯୋଗୁଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଜାପାନ ଗସ୍ତ ବାତିଲ ହେବା ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲରେ ଜିନ୍‌ପିଙ୍ଗ୍‌ ଏକ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଜାପାନ ଗସ୍ତ କରିବାର ଥିଲା। କରୋନା ସଂକ୍ରମଣ ଯୋଗୁଁ ଏହା ପ୍ରଥମେ ସ୍ଥଗିତ ରହିଥିଲେ ମଧ୍ୟ ଗତ କିଛି କାଳ ଧରି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ଜାପାନରେ ଜିନ୍‌ପିଙ୍ଗଙ୍କ ଗସ୍ତକୁ ବିରୋଧ କରାଯାଉଛି। ବିଶେଷକରି ହଂକଂରେ ଚୀନ ଜାତୀୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବା ଓ ଗଣତନ୍ତ୍ର ସକ୍ଷବାଦୀଙ୍କ ବିରୋଧରେ ଆଖିବୁଜା ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଜାପାନ ଶାସକ ଦଳର ସଦସ୍ୟମାନେ ଜିନ୍‌ପିଙ୍ଗଙ୍କ ଗସ୍ତ ବାତିଲ କରିବାକୁ ଦାବି କରୁଛନ୍ତି। ଚୀନ ୧୯୯୭ରେ ହଂକଂକୁ ସ୍ବୟଂଶାସନ ବ୍ୟବସ୍ଥା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରିବା ସହ ହଂକଂର ସ୍ବାଧୀନତାକୁ କ୍ଷୁଣ୍ଣ କରିବାରେ ଲାଗିଛି ବୋଲି ଜାପାନ ସାଂସଦମାନେ ଅଭିଯୋଗ କରିଛନ୍ତି। ହଂକଂରେ ଜାପାନର ବିପୁଳ କୃଷି ସାମଗ୍ରୀ କାରବାର ବଜାର ରହିଛି।
ଅପରପକ୍ଷରେ ନୂଆ ଆଇନ ବଳରେ ହଂକଂରେ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଦମନ ପାଇଁ ଚୀନ ଏହାର ଅତ୍ୟନ୍ତ କଠୋରପନ୍ଥୀ ଅଧିକାରୀ ଜେଙ୍ଗ ୟାନସିଅଙ୍ଗଙ୍କୁ ପଠାଇଛି। ୨୦୧୧ରେ ଜେଙ୍ଗ ଚୀନ୍‌ରେ ଆରମ୍ଭ ହୋଇଥିବା ଦୁର୍ନୀତିବିରୋଧୀ ଆନ୍ଦୋଳନକୁ ଦମନ କରିବାରେ ସଫଳତା ହାସଲ କରି ଚର୍ଚ୍ଚାକୁ ଆସିଥି​‌େ​‌ଲ। ଆଇନଶୃଙ୍ଖଳା କାର୍ଯ୍ୟକାରୀ କରିବାରେ ସେ ସିଦ୍ଧହସ୍ତ ବୋଲି କୁହାଯାଏ। ଚୀନ କମ୍ୟୁନିଷ୍ଟ ପାର୍ଟିର ଏହି ୫୬ବର୍ଷୀୟ ଅଧିକାରୀଙ୍କୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। ଚୀନର ଦମନମୂକ ପଦକ୍ଷେପ ପରେ ହଂକଂବାସୀ ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଅଧିକ ଶାଣିତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories