www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଆ ଝିଅ ବୈଶାଳୀ ଜାତିସଂଘର ନୂଆ ନୀତି ଅଧିକାରୀ

ଭୁବନେଶ୍ବର : ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍‌ ନେସନ୍‌ସର ଇଣ୍ଟରନାସନାଲ ସିଭିଲ୍‌ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ସେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ।
ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।
ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ବନ୍ଧରେ ଲେଖି ଆସୁଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେ ଅକ୍ସଫୋର୍ଡ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସମେତ ଇଂଲଣ୍ଡର କେତେକ ବିଶ୍ବବିଦ୍ୟାଳୟରେ ମଧ୍ୟ ସେ ଓଡ଼ିଶୀ ନୃତ୍ୟ ତାଲିମ ଦେଉଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories