www.samajalive.in
Friday, December 5, 2025
20.1 C
Bhubaneswar

ଡିପ୍ରେସନରେ ଆଉ ଜଣେ ନାୟିକା; ଆତ୍ମହତ୍ୟା କରିବାକୁ ଦେଲେ ଧମକ

ନୂଆଦିଲ୍ଲୀ: ଡିପ୍ରେସନର ଶିକାର ହୋଇ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବାବେଳେ ଏବେ ଆଉ ଜଣେ ନାୟିକା ଡିପ୍ରେସନର ଶିକାର ହୋଇଛନ୍ତି। ସେ ହେଉଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରାନୀ ଚାଟାର୍ଜୀ। ରାନୀ ବୁଧବାର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଡିପ୍ରେସରରେ ଥିବା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ସୋସିଆଲ ମିଡିଆରେ ତାଙ୍କୁ ବାରମ୍ବାର ଟ୍ରୋଲ କରାଯିବା ସହିତ ମାନସିକ ନିର୍ଯାତନା ଦିଆଯାଉଛି। ଏହାକୁ ନେଇ ସେ ଅବସାଦରେ ଅଛନ୍ତି। ପରିସ୍ଥିତି ଯୋଗୁ ସେ ଆତ୍ମହତ୍ୟା କରିଦେବେ ବୋଲି କହିଛନ୍ତି। ତାଙ୍କୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ମୁମ୍ବଇ ପୁଲିସର ସହାୟତା ଲୋଡ଼ିଛନ୍ତି।

ରାନୀଙ୍କ ଅଭିଯୋଗ ହେଉଛି, ଫେସ୍‌ବୁକରେ ଧନଞ୍ଜୟ ସିଂହ ନାମକ ବ୍ୟକ୍ତି ତାଙ୍କୁ କିଛି ବର୍ଷ ହେବ ବାରମ୍ବାର ମାନସିକ ନିର୍ଯାତନା ଦେଉଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ବୃଦ୍ଧା ଏବଂ ମୋଟି ବୋଲି କହୁଛନ୍ତି। ବିଭିନ୍ନ ପୋଷ୍ଟ କରି ତାଙ୍କୁ ଅପମାନିତ କରୁଛନ୍ତି। ସେ ଏହାକୁ ପ୍ରଥମେ ଅଣଦେଖା କରୁଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ବାରମ୍ବାର ଏଭଳି ଏହା କରିଚାଲିଛନ୍ତି। ଫଳରେ ସେ ଅତ୍ୟନ୍ତ ବିସାଦଗ୍ରସ୍ତ ହୋଇପଡ଼ିଛନ୍ତି। ରାନୀ ଲେଖିଛନ୍ତି, ମୋ ପାଖରେ ଆଉ ଧୈର୍ଯ୍ୟ କି ସାହସ ନାହିଁ। ଏହି ବ୍ୟକ୍ତି ଜଣକ ପାଇଁ ମୁଁ ମୋ ଜୀବନ ହାରିଦେବି। ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଏବଂ କିଛି ପୋଷ୍ଟକୁ ମଧ୍ୟ ଅପଲୋଡ୍‌ କରିଛନ୍ତି। ସେ ଏ ନେଇ ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ସାଇବର ସେଲ୍‌ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ରାନୀ ଚାଟାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେ ମଧ୍ୟ ଅନୁରୂପ ଭାବେ ଡିପ୍ରେସନ ଦେଇ ଗତି କରୁଛନ୍ତି ବୋଲି ଲେଖିଥିଲେ।

 

View this post on Instagram

 

@mumbaipolice ???????? give up

A post shared by Rani Chatterjee Official (@ranichatterjeeofficial) on

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories